ରାଜ୍ୟ

ବାତ୍ୟା ଦାନା ଛଡାଇ ନେଲା ବର୍ଷକର ଦାନା

ବାସୁଦେବପୁର: ତାଣ୍ତବ ରଚିଲା ଚାଲିଗଲା ବାତ୍ୟା ଦାନା। ସବୁଠି ବାତ୍ୟା ବିଭୀଷିକା ଦେଖିବାକୁ ମିଳିଛି। ଅନେକ ଘର ଦ୍ଵାର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ବି ନଷ୍ଟ ହୋଇଯାଇଛି। ଏମିତିକି ବହୁ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଥିବାବେଳେ ପାନୀୟ ଜଳ ବିତରଣ ବି ଠପ୍ ହୋଇଯାଇଛି। ଶୁକ୍ରବାର ସମୟ ସକାଳ ୬ଟାରୁ ୭ଟା ମଧ୍ୟରେ ସୁ ସୁ ଗର୍ଜନ କରି ମାଡିଆସିଲା ପବନ।

ଆଉ ତାପରେ ଭୀଷଣ ବର୍ଷା । ପବନର ବେଗ ଥିଲା ପ୍ରାୟ ୧୫୦ ରୁ ୧୮୦ କିଲୋମିଟର। କିଛି ଘଣ୍ଟାରେ ରଚି ଦେଇଗଲା ତାଣ୍ତବ । ଆଉ ଧ୍ୱଂସ ବିଧ୍ୱଂସ କରିଦେଇ ଗଲା ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ।

ଆଉ ଏ ଦୃଶ୍ୟ ହେଉଛି ବାତ୍ୟା ବିଭିଷିକା ପଦଚିହ୍ନ। ବାତ୍ୟା ଦାନା ଭୟରେ ଲୋକେ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ବାତ୍ୟା କମିବାରୁ ଘରେ ଆସି ଦେଖିଲା ବେଳକୁ ଏକ ବିଶାଳ ତେନ୍ତୁଳି ଗଛ ଘର ଉପରେ ପଡିଛି। ଗଛ ପଡି ଘରର ସମସ୍ତ ଆଜବେଷ୍ଟ କାନ୍ଥ ସବୁ ଭାଙ୍ଗି ଯିବା ସହ ଆସବାବପତ୍ର ବାହାର କରିବାକୁ ବି ପଶିବାକୁ ରାସ୍ତା ନାହିଁ ।

ଏପରିକି ବାସୁଦେବପୁରର ବିଭିନ୍ନ ଅଞ୍ଚଳରେ ପାଣିରେ ଭାସୁଛି ଶହ ଶହ ହେକ୍ଟର ଧାନ କ୍ଷେତ। ବାଡିରେ ଉଜୁଡି ପଡିଛି ପରିବା କ୍ଷେତ। ବାତ୍ୟା ପ୍ରକୋପରେ କେଉଁଠି ପାଚିଲା ଧାନ ତ ଆଉ ପୁଣି କେଉଁଠି ଥୋଡ ବାହାରିଥିବା ଧାନ ପବନ ମାଡରେ ସବୁ ବିଲରେ ଶୋଈ ପଡିଛି। ଆଉ ଧାନ ଉପରେ ବର୍ଷା ପାଣି ଜମି ରହି ଗଜା ହୋଇଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button