ରାଜ୍ୟ

ଲୋକ ଆପଣଙ୍କର କିଛି ବି କରି ପାରିବେ ନାହିଁ, ବାସ ମୋର ଏହି 1 କଥା ସବୁବେଳେ ମନେ ରଖିବେ – Krishna Vani

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଶ୍ରୀକୃଷ୍ଣ ଙ୍କ ବାଣୀ ରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ। ଏହି ତଥ୍ୟ ସମ୍ବନ୍ଧରେ ଜାଣିବା ପ୍ରତ୍ୟେକ ମନୁଷ୍ୟ ପାଇଁ ଆବଶ୍ୟକୀୟ ଅଟେ। ବନ୍ଧୁଗଣ ଦୁନିଆ ରେ ଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କ ମନରେ ଏକ ପ୍ରଶ୍ନ ଉଠିଥାଏ ଏବଂ ସେହି ପ୍ରଶ୍ନ ଟି ହେଉଛି, ସଂସାରରେ ସବୁଠାରୁ ଅଧିକ ବଡ଼ କଣ ଅଟେ? ଅଭିମାନ ଓ ବାହୁବଳ ଅଥବା ବିଶ୍ୱାସ ଓ ଆସ୍ଥା? ତେବେ ବନ୍ଧୁଗଣ ଆପଣ ମାନଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଟି ନିଶ୍ଚିତ ଭାବରେ ଉଠି ଥିବ ଏବଂ ଆପଣ ଏହାର ଉତ୍ତର ମଧ୍ୟ ବହୁତ ଖୋଜିଥିବେ, କିନ୍ତୁ ହୁଏତ ଆପଣ ନିରାଶ ହୋଇଥିବେ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ସଂସାରରେ ମନୁଷ୍ୟ ର ଅଭିମାନ ଓ ବାହୁବଳ ବଡ଼ ହୋଇଥାଏ ଅଥବା ମନୁଷ୍ୟ ର ବିଶ୍ୱାସ ଏବଂ ଆସ୍ଥା। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ବନ୍ଧୁଗଣ ନିଶ୍ଚିତ ରୂପରେ କହିବାକୁ ଗଲେ ମନୁଷ୍ୟ ର ବାହୁବଳର ମହତ୍ତ୍ୱ କୁ କେବେବି ଅଣଦେଖା କରିହେବ ନାହିଁ।

ମନୁଷ୍ୟ ନିଜର ବାହୁବଳ ରେ ପର୍ବତ କୁ ମୈଦାନ ସଦୃଶ କରିଥାଏ। ନିଜର ବାହୁବଳ ଦ୍ଵାରା ସମୁଦ୍ର ତଥା ସାଗର କୁ ଶୁଖାଇ ମଧ୍ୟ ଦେଇଥାଏ ଏବଂ ମନୁଷ୍ୟ ଚାହିଁଲେ ନିଜ ବାହୁବଳ ମାଧ୍ୟମରେ ନଦୀ କୁ ମଧ୍ୟ ପ୍ରବାହିତ କରି ପାରିଥାଏ। କିନ୍ତୁ ବନ୍ଧୁଗଣ ମନୁଷ୍ୟ ର ଏହି ବାହୁବଳ ମନୁଷ୍ୟ ର ବିଶ୍ୱାସ ର ସାହାରା ଅଟେ।ଯଦି ଜଣେ ମନୁଷ୍ୟ ର ମନରେ ବିଶ୍ୱାସ ନଥାଏ ତେବେ ତା’ର ବାହୁବଳ କୌଣସି କାମ ର ହୋଇନଥାଏ।

ମୟୁର କଣ ପାଇଁ ଆକାଶ ଆଡ଼କୁ ଚାହିଁ ରହିଥାଏ? ଏହାର କାରଣ ହେଉଛି କେବଳ ମୟୁର ମନରେ ଥିବା ଆସ୍ଥା ଓ ବିଶ୍ୱାସ। ତା’ ମନରେ ଥିବା ବିଶ୍ୱାସ ହିଁ ତା’କୁ ଆକାଶ ଆଡ଼କୁ ଚାହିଁ ରହିବାର ପ୍ରେରଣା ଦେଇଥାଏ। ଏଥିରେ ବାହୁବଳ ର କୌଣସି ଭୂମିକା ରହି ନାହିଁ।ମୟୁର ମନରେ ଥିବା ସେହି ବିଶ୍ୱାସ ଦ୍ୱାରା ହିଁ ବର୍ଷା ହୋଇଥାଏ ଏବଂ ସେହି ବର୍ଷା ଜଳ ରେ ତା’ର ଶୋଷ ମେଣ୍ଟିଥାଏ।

ପରନ୍ତୁ ଯେବେ ପାପ ର ବାହୁବଳ ର ସାମ୍ନା ଧର୍ମ ରୂପୀ ବିଶ୍ୱାସ ସହିତ ହୋଇଥାଏ, ତେବେ ବାହୁବଳ ହାର ମାନିଥାଏ ଏବଂ ଜିତି ଥାଏ କେବଳ ବିଶ୍ୱାସ ଓ ବିଜୟୀ ହୋଇଥାଏ ଆସ୍ଥା।ଯଦି ଆପଣ ସତ୍ ପଥ ର ମାର୍ଗ ରେ ଅଗ୍ରସର ହେଉଛନ୍ତି ଏବଂ ନିଜ ମନରେ ଆସ୍ଥା ଓ ବିଶ୍ୱାସ ର ସଞ୍ଚୟ କରିଛନ୍ତି, ତେବେ କୌଣସି ପାପ ରୂପୀ ବାହୁବଳ ଆପଣଙ୍କ କିଛି ମଧ୍ୟ କରି ପାରିବ ନାହିଁ। ଆପଣ କେବଳ ନିଜ ମନରେ ବିଶ୍ୱାସ ର ସଞ୍ଚାର ନେଇ ଜୀବନ ର ସଫଳତା ମାର୍ଗରେ ଅଗ୍ରସର ହେବେ ଏବଂ ଉନ୍ନତି ହାସଲ କରିବେ।

ତେବେ ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ଏହି ସଂସାର ରେ ବିଶ୍ୱାସ ଓ ବାହୁବଳ ମଧ୍ୟରେ ସବୁଠାରୁ ବଡ଼ ଏବଂ ଶ୍ରେଷ୍ଠ ହୋଇଥାଏ ମନୁଷ୍ୟ ର ଆସ୍ଥା ଓ ବିଶ୍ୱାସ। ଆଶା କରୁଛୁ ଆପଣ ମାନଙ୍କୁ ଆପଣଙ୍କ ମନରେ ଥିବା ପ୍ରଶ୍ନ ର ଉତ୍ତର ନିଶ୍ଚିତ ଭାବରେ ମିଳି ଯାଇଥିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button