ରାଜ୍ୟ

ପୃଥିବୀ ପ୍ରସିଦ୍ଧ ବକ୍ର ମନ୍ଦିର

ସମ୍ବଲପୁରର ବକ୍ରେଶ୍ଵର ମନ୍ଦିର, ସବୁଜ ସୁନ୍ଦର ଭରା ପରିବେଶ ଅତ୍ୟନ୍ତ ମନଲୋଭା ଅଟେ । ଯାହା କାହିଁ କେତେ ଦୂରରୁ ଲୋକଙ୍କୁ ଟାଣି ଆଣିଥାଏ । ଏହାର ଚିରହରିତ୍ ସୌନ୍ଦର୍ଯ୍ୟ ଏବଂ ଐତିହାସିକ ରହସ୍ୟ  ଲେକମାନଙ୍କୁ ବେଶ୍ ଆକୃଷ୍ଠ କରିଥାଏ । ସମ୍ବଲପୁରର ପଞ୍ଚମ ରାଜା ବଳିଆର ସିଂହଙ୍କ ରାଜତ୍ଵ କାଳରେ ଏହି ମନ୍ଦିରଟି ନିର୍ମାଣ କରଯାଇଥିଲା ।

ସମ୍ବଲପୁର ସହର ଠାରୁ ପ୍ରାୟ ୨୩ କିମି ଦୂରରେ ହୁମା ଗ୍ରାମ ନିକଟସ୍ଥ ମହାନଦୀ କୂଳରେ ରହିଛି ବାବା ବିମଳେଶ୍ଵରଙ୍କ ମନ୍ଦିର ଓ ଏହି ମନ୍ଦିର ଭୂପୃଷ୍ଠ ଆଡକୁ ଢଳି ରହିଥାଏ। ଏହି ମନ୍ଦିର ପରିସରରେ ଅନେକ ଛୋଟ ବଡ ମନ୍ଦିର ରହିଛି ଓ ସବୁ ମନ୍ଦିର ଏହି ପରି ଢଳି ରହିଛି । ଇଟାଲିର ପିସା ପରେ ହୁମା ହେଉଛି ପୃଥିବୀର ଦ୍ଵିତୀୟ ବକ୍ର ମନ୍ଦିର । ହୁମା ମନ୍ଦିରରେ ବାବା ବିମଳେଶ୍ୱର (ଭଗବାନ ଶିବ) ପୁଜା ପାଉଛନ୍ତି । ମନ୍ଦିରକୁ ଲାଗି ବହି ଯାଇଥିବା ମହାନଦୀରେ ଏକ ବିଶେଷ ଧରଣର କୁଡ଼ୋ ମାଛ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ । ଇସତ ନାଲି ରଙ୍ଗର ଏହି ବଡ ବଡ ମାଛଙ୍କୁ ଖାଇବାକୁ ଦେଲେ ମାଛ ମାନେ ପାଣିରୁ ବାହାରି ଆସନ୍ତି ।

କେତେକଙ୍କ ମତରେ ବର୍ଷା ଦିନେ ମହାନଦୀର ପ୍ରବଳ ସ୍ରୋତ ଆଘାତରୁ ରକ୍ଷା ପାଇବା ପାଇଁ ଜାଣି ଶୁଣି ଏମିତି ଗଢା ହୋଇଥିଲା ବୋଲି କହନ୍ତି। ଆଉ କେତେକଙ୍କ ମତରେ ନିର୍ମାଣ ସମୟରେ ମନ୍ଦିର ଠିକ ଥିଲା ଓ ପରେ ମହାନଦୀ ର ପ୍ରବଳ ସ୍ରୋତରେ ନଦୀ ପାର୍ଶ୍ବସ୍ଥ ଭିତ୍ତିଭୂମି ଦବି ଯାଇଥିବାରୁ ଏହା ବଙ୍କା ହୋଇଗଲା ବୋଲି କହନ୍ତି ।

 

କେମିତି ଯିବେ

ବିମାନ ମାର୍ଗରେ

ଶିଳ୍ପ ସହର ଝାରସୁଗୁଡାରେ ସ୍ଵାମୀ ଆନ୍ତର୍ଜାତୀୟ ବିବେକାନନ୍ଦ ବିମାନବନ୍ଦର ଅଛି । ସେଠାରୁ ୫୦ କି.ମି ବ୍ୟବଧାନରେ ହୁମା ମନ୍ଦିର ଅବସ୍ଥିତ ।

ରେଳଗାଡ଼ିରେ

ନିକଟତମ ରେଳ ସ୍ଟେଶନ ହେଉଛି ମାନେଶ୍ବର । ଯାହା ହୁମା ମନ୍ଦିରରୁ ୨୫ କି.ମି. ଦୂରରେ ଅଛି।

ସଡ଼କ ପଥରେ

ସମ୍ବଲପୁର କିମ୍ବା ମାନେଶ୍ବର ଷ୍ଟେସନରୁ ଯାତ୍ରା ଆରମ୍ଭ କଲେ ସୁବର୍ଣ୍ଣପୁର-ସମ୍ବଲପୁର ରୋଡ ଦେଇ ମହାନଦୀ କୂଳେ ଥିବା ହୁମା ଗ୍ରାମ କୁ ପହଞ୍ଚିବାକୁ ପଡେ । ଏହି ଗ୍ରାମ ନିକଟେରେ ହିଁ  ବାବା ବିମଳେଶ୍ଵରଙ୍କ ବକ୍ର ମନ୍ଦିର ଅବସ୍ଥିତ । ସମ୍ବଲପୁରରୁ ହୁମା ମନ୍ଦିରର ଦୂରତା ୨୫ କି. ମି. ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button