ରାଜ୍ୟ

ଜଙ୍ଗଲୀ ପଶୁ ମାଂସ ରାନ୍ଧିବା ବେଳେ ମାଡ଼ି ବସିଲା ବନବିଭାଗ, ଶିକାରୀ ଗିରଫ

ଠଗଡ଼, ୨୬/୧୦ : ଜଙ୍ଗଲୀ ପଶୁ ମାଂସ ରାନ୍ଧିବା ବେଳେ ମାଡ଼ି ବସିଲା ବନବିଭାଗ। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କ ଘରେ ବନ ବିଭାଗ ରେଡ୍ କରି ୨ କେଜି ମାଂସ ସହ ଏକ ଚମଡ଼ା ଜବତ କରିଛି। ଏହା ସହ ପ୍ରକାଶ ଚନ୍ଦ୍ରଙ୍କୁ ଗିରଫ କରିଛି।

ସୂଚନାନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ବନଖଣ୍ଡ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଛି।

ପ୍ରକାଶଙ୍କ ନାମରେ ପୂର୍ବରୁ ହାତୀ ଦାନ୍ତ ଲୁଟ୍ ଭଳି ସଙ୍ଗିନୀ ମାମଲା ରହିଛି। ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button