ରାଜ୍ୟ

ଯୁବକଙ୍କ ଉନ୍ମତ୍ତ କାଣ୍ଡ: ସର୍ବ ସମ୍ମୁଖରେ ମାରଣାସ୍ତ୍ରରେ ବ୍ୟକ୍ତିଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: କଟକରେ ଜଣେ ମାନସିକ ବିକୃତ ଯୁବକ ସର୍ବ ସମ୍ମୁଖରେ ଅନ୍ୟଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଘଟଣା ଘଟିଛି କଟକ ଓଡ଼ିଆ ବଜାର ଅଞ୍ଚଳରେ। ଜଣେ ଯୁବକ ନିଜ ସ୍କୁଟିରେ ବସି ଫୋନରେ କଥା ହେଉଥିବାବେଳେ ତାଙ୍କ ନିକଟରେ ହାତରେ ମାରଣାସ୍ତ୍ର ଧରି ଛିଡ଼ା ହୋଇଥିବା ମାନସିକ ବିକୃତ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିଲା।video

ଏହାପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକ ରଖି ନିର୍ଦ୍ଧୁମ ଛେଚି ପୁଲିସ ଜିମା ଦେଇଛନ୍ତି। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ମାନସିକ ବିକୃତ ବୋଲି ପୁଲିସ ସୂଚନା ଦେଇଛି। ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା କହିଛି ପୁଲିସ। ଅକ୍ଟୋବର ୧୬ ତାରିଖରେ ଏହି ଘଟଣା ଘଟିଥିବା କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button