ପୁରୁଷଙ୍କ ଠାରେ ଦେଖିବାକୁ ମିଳୁଛି ବନ୍ଧ୍ୟାକରଣ ଦୋଷ! ଶୂକ୍ରାଣୁ ହ୍ରାସ ହେବା ପଛରେ ରହିଛି ଏହି ବଡ଼ କାରଣ
ଯଦି କୌଣସି ଦମ୍ପତ୍ତିଙ୍କର ପିଲାଛୁଆ ହେଉନାହିଁ ତେବେ ପରିବାର ଲୋକେ ସାଧାରଣତଃ ଏଥିପାଇଁ ମହିଳାଙ୍କୁ ହିଁ ଦାୟୀ କରିଥାନ୍ତି । ତେବେ, ସବୁଠାରୁ ବଡ଼ କଥା ହେଉଛି ବନ୍ଧ୍ୟାକରଣ କେବଳ ଯେ ମହିଳାମାନଙ୍କ ଠାରେ ଦେଖାଯାଏ ତାହା ନୁହେଁ ବରଂ ଏହା ପୁରୁଷ ମାନଙ୍କ ଠାରେ ମଧ୍ୟ ଦେଖିବାକୁ ମିଳିଲାଣି । ପୁରୁଷ ମାନଙ୍କ ଠାରେ ଶୂକ୍ରାଣୁ ସଂଖ୍ୟା କମ୍ ଥିବା ହେତୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।
ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପୁରୁଷଙ୍କ ଠାରେ ଶୂକ୍ରାଣୁ କମୁଛି କାହିଁକି ? ବିଶେଷଜ୍ଞଙ୍କ ଗବେଷଣା ଅନୁଯାଇ ପ୍ରଦୂଷଣ, ଧୂମପାନ, ଭାରିକୋସେଲ, ମଧୁମେହ, ଟେଷ୍ଟିକୁଲାର ଟ୍ୟୁମର ଏବଂ ବୟସ ଶୁକ୍ରାଣୁ କୋଷର ଗୁଣ ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ଖାସ୍ କରି ଧୂମ୍ରପାନ କରିବା ଦ୍ୱାରା ପୁରୁଷମାନଙ୍କ ଠାରେ 9.19% ଶୂକ୍ରାଣୁ ହ୍ରାସ ହେଉଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।
ମହିଳାମାନଙ୍କ ଭଳି ବୟସ ସହିତ ପୁରୁଷମାନଙ୍କର ମଧ୍ୟ ୩୦ ବର୍ଷ ବୟସ ପରେ ଟେଷ୍ଟୋଷ୍ଟେରନ୍ ଲେବଲ୍ ହ୍ରାସ ପାଇବାରେ ଲାଗିଥାଏ । ଏହା ବ୍ୟତୀତ 40 ରୁ 70 ବର୍ଷ ବୟସର ପୁରୁଷମାନଙ୍କର ଇରେକ୍ଟାଇଲ୍ ଡିସଫଙ୍କସନ ହେବାର ସମ୍ଭାବନା ରହିଥାଏ । ତେବେ, କୋକେନ ଏବଂ ଗଞ୍ଜେଇ ପରି ନାର୍କୋଟିକ୍ସର ବହୁଳ ବ୍ୟବହାର ମଧ୍ୟ ଆପଣଙ୍କୁ ନପୁଂଶକ କରି ଦେଇଥାଏ ।