ଦେଶ- ବିଦେଶ

ଗ୍ୟାସରେ ସେକା ରୁଟି ଖାଉଥିଲେ ସାବଧାନ! ଏପରି ଭାବେ ରୁଟି ତିଆରି କରି ଖାଇଲେ ହେବ କ୍ୟାନ୍ସର, ଜାଣନ୍ତୁ ପୂରା ଖବର

ରୁଟି ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଏଥିରେ ଯଥେଷ୍ଟ ପରିମାଣର କାର୍ବୋହାଇଡ୍ରେଟ୍ ସହିତ ଷ୍ଟାର୍ଚ ମଧ୍ୟ ରହିଥାଏ ଯାହାକି ଶରୀର ପାଇଁ ଆବଶ୍ୟକ ଅଟେ । ମଧୁମେୟ ଏବଂ କୋଲେଷ୍ଟ୍ରଲ୍ ଭଳି ରୋଗରେ ପୀଡିତ ଥିବା ରୋଗୀ ମାନଙ୍କୁ ଭାତ ବଦଳରେ ରୁଟି ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

ତେବେ, ଲୋକେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ପ୍ରସ୍ତୁତ କରିଥାନ୍ତି । କିନ୍ତୁ, ଆପଣମାନେ ଏହା ମଧ୍ୟ ଜାଣି ରଖନ୍ତୁ ଯେ ସବୁ ପ୍ରଣାଳୀରେ ରୁଟି ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇନଥାଏ । ବେଳେ ବେଳେ ରୁଟିକୁ ବେଲିବା ପରେ ସିଧା ନିଆଁରେ ଦେଖାଇ ପ୍ରସ୍ତୁତ କରାଯାଉଥିବା ଆପଣ ନିଶ୍ଚିତ ଭାବରେ ଦେଖିଥିବେ ।

ରୁଟି ପ୍ରସ୍ତୁତ କରିବାର ଏହା ଏକ ଭୁଲ୍ ପ୍ରଣାଳୀ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାଇ ଏଭଳି କରିବା ଦ୍ୱାରା ରୁଟି ମଧ୍ୟରୁ କିଛି ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଏହି ପଦାର୍ଥ ଶରୀର ପାଇଁ ବେସ୍ କ୍ଷତିକାରକ ସାବ୍ୟସ୍ତ ହୁଏ, କ୍ୟାନ୍ସର ଭଳି ମାରାତ୍ମକ ରୋଗର କାରଣ ହୋଇଥାଏ । କେବଳ ସେତିକି ନୁହେଁ ଏହା ପେଟ ଏବଂ ପାଚନ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ । ତେବେ, ରୁଟିକୁ ଗ୍ୟାସ୍ ପରିବର୍ତ୍ତେ କେବଳ ତାୱା ସାହାଯ୍ୟରେ ହିଁ ପ୍ରସ୍ତୁତ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button