ଦେଶ- ବିଦେଶ

ବ୍ୟାଙ୍କିଙ୍ଗ୍‌ ସୂତ୍ର: ଠକେଇରୁ ବର୍ତ୍ତିବା ପାଇଁ ମାସ୍କ୍‌ଡ ଆଧାର

ବେ ସବୁ କ୍ଷେତ୍ରରେ ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ନଥିଲେ ଆପଣ କୌଣସି କାରବାର କିମ୍ବା ଋଣ ପରି ବ୍ୟାଙ୍କିଂ ସୁବିଧାଦି ପାଇବା ଖୁବ୍ କଷ୍ଟ। ମୋଟାମୋଟି ଭାବେ କହିଲେ ଏବେ କୌଣସି କାରବାର ଆଧାର କାର୍ଡ ବିନା ଅସମ୍ଭବ। ଏପରି ସ୍ଥିତିରେ ଆଧାରର ଅପବ୍ୟବହାର ବୃଦ୍ଧି ପାଉଛି।

ସାଇବର ଅପରାଧୀମାନେ ଆଧାର ତଥ୍ୟ ନେଇ ବ୍ୟାଙ୍କ ଖାତାରୁ ଅର୍ଥ ଲୁଟି ନେଉଛନ୍ତି। ତେବେ ଏପରି ଠକେଇରୁ ରକ୍ଷା ପାଇବାର ସହଜ ବାଟ ହେଲା, ସଂପୂର୍ଣ୍ଣ ଆଧାର ବଦଳେର ମାସ୍କ୍ଡ ଆଧାର କାର୍ଡର ବ୍ୟବହାର। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ଏମିତି ଏକ କାର୍ଡ ଜାରି କରାଯାଇଛି।

 ମାସ୍କ୍ଡ ଆଧାର କ’ଣ?
ଆଧାର କାର୍ଡ ଅପବ୍ୟବହାର ଜନିତ ଅପରାଧକୁ ରୋକିବା ଓ ଲୋକଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ‘ୟୁଆଇଡିଏଆଇ’ ପକ୍ଷରୁ ମାସ୍କ୍ଡ ଆଧାର କାର୍ଡ ଜାରି କରାଯାଇଛି। ଆଧାର କାର୍ଡରେ ଥିବା ମୋଟ୍ ୧୨ଟି ସଂଖ୍ୟା ଭିତରୁ ଏଥିରେ ପ୍ରଥମ ୮ଟି ସଂଖ୍ୟା ଉପରେ ‘X’ ଲେଖାଯାଇ ଲୁଚାଇ ଦିଆଯାଏ, ଯାହାଦ୍ବାରା ଆପଣଙ୍କ ସଂପୂର୍ଣ୍ଣ ଆଧାର ସଂଖ୍ୟାକୁ ଅନ୍ୟଜଣେ ଦେଖିପାରେନାହିଁ। ଫଳରେ ଅପବ୍ୟବହାରର ଆଶଙ୍କା କମିଯାଏ।

 ମାସ୍କଡ୍ ଆଧାର କେତେ ଲାଭଦାୟକ?
 ମାସ୍କଡ୍ ଆଧାର ବ୍ୟବହାର ଦ୍ବାରା ଆପଣଙ୍କ ଗୋପନୀୟତା ବଜାୟ ରହିଥାଏ। ଅଣସ୍ବୀକୃତିପ୍ରାପ୍ତ ଆକ୍ସେସ୍ଠାରୁ ଆପଣଙ୍କ ଆଧାର ନମ୍ବର ସୁରକ୍ଷିତ ରହେ।
 ଅପରାଧୀଙ୍କ ହାତକୁ ଆଧାର ସୂଚନା ଚାଲିଯିବାରୁ ଏହା ବଞ୍ଚାଇଥାଏ, ଯାହାଦ୍ବାରା ଠକେଇର ଡର ହ୍ରାସ ପାଇଥାଏ।
 ଆଧାର ଲେଟର୍, ପିଭିସି କାର୍ଡ, ଇ-ଆଧାର, ଏମ୍-ଆଧାର ପରି ଏହା ମଧ୍ୟ ସବୁଆଡ଼େ ଗ୍ରହଣୀୟ ହୋଇଥାଏ।

 ମାସ୍କଡ୍ ଆଧାର ପାଇବେ କେମିତି?
 ‘ୟୁଆଇଡିଏଆଇ’ର ୱେବ୍ସାଇଟ୍ https://uidai.gov.in/କୁ ଲଗ୍ଇନ୍ କରନ୍ତୁ। ଏହାପରେ ‘ମାଇଁ ଆଧାର’କୁ ଯାଇ ‘ଡାଉନ୍ଲୋଡ୍ ଆଧାର’ରେ କ୍ଲିକ୍ କରନ୍ତୁ। ଏକ ନୂତନ ପେଜ୍ରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର କିମ୍ବା ୧୬ ସଂଖ୍ୟା ବିଶିଷ୍ଟ ଭର୍ଚୁଆଲ୍ ଆଇଡି (ଭିଆଇଡି) ସହିତ ଅନ୍ୟାନ୍ୟ ତଥ୍ୟ ଦେଇ ଏଣ୍ଟର୍ ମାରନ୍ତୁ। ଏହାପରେ ‘ସିଲେକ୍ଟ୍ ଇୟୋର୍ ପ୍ରିଫରେନ୍ସ୍’ ସେକ୍ସନ୍ରେ ‘ମାସ୍କଡ୍ ଆଧାର’ ବିକଳ୍ପ ବାଛନ୍ତୁ। ସିଲେକ୍ଟ କଲାପରେ ଆପଣଙ୍କ ପଞ୍ଜୀକୃତ ଫୋନ୍ ନମ୍ବରରେ ଏକ ଓଟିପି ଆସିବ। ଭେରିଫିକେସନ୍ ପ୍ରୋସେସ୍ କନ୍ଫର୍ମ ପାଇଁ ଉକ୍ତ ନମ୍ବରଟି ଦିଅନ୍ତୁ। ଏଥର ଆପଣଙ୍କ ମାସ୍କଡ୍ ଆଧାର କାର୍ଡ ‘ପାସ୍ୱାର୍ଡ-ପ୍ରୋଟେକ୍ଟେଡ୍ ପିଡିଏଫ୍ ଫର୍ମାଟ୍’ରେ ଉପଲବ୍ଧ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button