ଦେଶ- ବିଦେଶ

ସିଜେଆଇଙ୍କୁ ମାସେ ରହିଲା ଅବସର- ପରବର୍ତ୍ତୀ ସିଜେଆଇ କିଏ?

ନଭେମ୍ୱର ୨୩ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ, ତାକୁ ନେଇ ଆଜିଠୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିୟମ ଅନୁସାରେ ଏବେକାର ସିଜେଆଇ ଯାହାଙ୍କ ନାଁ ସୁପାରିଶ କରନ୍ତି, ସେ ହିଁ ପରବର୍ତ୍ତୀ ସିଜେଆଇ ହୋଇଥାଆନ୍ତି। ଚର୍ଚ୍ଚା ହେଉଛି, ବରିଷ୍ଠତା ଭିତ୍ତିରେ ଜଷ୍ଟିସ ସୂର୍ଯ୍ୟକାନ୍ତ ହୋଇପାରନ୍ତି ପରବର୍ତ୍ତୀ ପ୍ରଧାନ ବିଚାରପତି। ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ଜଷ୍ଟିସ ଗଭାଇ। ମେ ୧୪ରେ ଶପଥପାଠ ପରେ ସିଜେଆଇର ପଦଭାର ଗ୍ରହଣ କରିଥିଲେ ଜଷ୍ଟିସ ଗଭାଇ। ଜଷ୍ଟିସ ଗଭାଇ ଦେଶର ଦ୍ୱିତୀୟ ଦଳିତ ପ୍ରଧାନ ବିଚାରପତି ଅଟନ୍ତି। ତାଙ୍କ ପୂର୍ବରୁ ଜଷ୍ଟିସ ବାଲାକ୍ରିଷ୍ଣନ ୨୦୦୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ଜଷ୍ଟିସ ଗଭାଇଙ୍କ କାର୍ଯ୍ୟକାଳ ମାତ୍ର ୬ ମାସ ରହିଥିଲା। କାରଣ ନଭେମ୍ୱର ୨୩ରେ ୬୫ ବର୍ଷ ପୂର୍ତ୍ତି ପରେ ତାଙ୍କୁ ସେବାନିବୃତ୍ତ ହେବାକୁ ପଡ଼ିବ। ସେବାନିବୃତ୍ତ ପରେ ପରାମର୍ଶ ଓ ମଧ୍ୟସ୍ଥତା କାମ କରିବି ବୋଲି କହିଥିଲେ ଜଷ୍ଟିସ ଗଭାଇ। ଅବସର ପରେ କୌଣସି ସରକାରୀ ପଦକୁ ସେ ସ୍ୱୀକାର କରିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button