ରାଜ୍ୟ

ବିପୁଳ ପରିମାଣର ଦେଶୀ ମଦ ଜବତ, ୩ ଗିରଫ

ଭାପୁର, ୧୭।୧୦ : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍। ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ। ୩ ବେପାରୀ କୋର୍ଟ ଚାଲାଣ କରାଯାଇଛି। ଗୁରୁବାର ସକାଳ ସାଢେ଼ ୭ଟା ସମୟରେ କଟକ ଅବକାରୀ ଓ ଖଣ୍ଡପଡ଼ା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି।

ଅବକାରୀ ବିଭାଗର ସୂଚନା ଅନୁଯାୟୀ, ପୂର୍ବରୁ ଫତେଗଡ ଥାନା ଅନ୍ତର୍ଗତ ଭାପୁର ପଞ୍ଚାୟତ ନିହଲପ୍ରସାଦ ଗ୍ରାମରେ ଚୋରାରେ ଦେଶୀ ମଦ ପାଉଚ୍ କରି ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା। ଅଭିଯୋଗ ଅନୁଯାୟୀ ଗୁରୁବାର ସକାଳେ ଚଢ଼ାଉ ସମୟରେ ୨୩ଶହ ଲିଟର ଦେଶୀ ମଦ, ଦୁଇଟି ମେସିନ, ଗାଡ଼ି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିଲା ବେଳେ ଜଣେ ଫେରାର ହୋଇଯାଇଥିଲେ। ଗିରଫ ବ୍ୟକ୍ତି ହେଲେ ଦାଶରଥି ନାୟକ, ଅଶୋକ କୁମାର ସାହୂ ଓ ସୁଶାନ୍ତ କୁମାର ସାହୁ । ଦୀପକ କୁମାର ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଚଢ଼ାଉରେ କଟକ ଅବକାରୀ ଅଧିକାରୀ ଧିରେନ କୁମାର ବେହେରା,ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏଏସଆଇ ଶ୍ରୀଧର ପଲେଇ, ମମତା ଦାଶ, ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଖଣ୍ଡପଡ଼ା ଅବକାରୀ ଏସାଆଇ ଦୀପକ କୁମାର ଜେନା ପ୍ରମୁଖ ସାମିଲ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button