ରାଜ୍ୟ
ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର : ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ୱର, ୨୧/୧୦ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଶ୍ରକ୍ଷେତ୍ର ପୁରୀ ସହ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ। କାର୍ତ୍ତିକ ପ୍ରଥମ ସୋମବାର ଅବସରରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିିକାନ୍ତିରେ ସକାଳୁ ପୂଜାପାଠ କରାଯାଇଛି। ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ । ବ୍ରତଧାରୀମାନେ ମହାଦେବଙ୍କୁ ଦର୍ଶନ କରି ବ୍ରତ କରିବା ସହ କାର୍ତ୍ତିକ ମାସରେ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ଭୋର ୪ଟାରୁ ମନ୍ଦିରର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯିବା ପରେ ମଙ୍ଗଳଆଳତୀ, ମଇଲମ୍, ବାଳଭୋଗ ଆଦି ନୀତିକାନ୍ତି ସମ୍ପନ୍ନ ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁଁ ପୁଲିସ ମୁତୟନ କରାଯାଇଛି। ସେହିପରି ନୟାଗଡ଼ ଜିଲାର ଲଡୁବାବାଙ୍କ ପୀଠରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶରଣକୂଳରେ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।