ରାଜ୍ୟ

ମକର ସଂକ୍ରାନ୍ତିରେ ବହୁତ ବେଶି ମହତ୍ତ୍ୱ ରଖେ ‘ଖେଚୁଡି’, ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ

ଆଜି ମକର ସଂକ୍ରାନ୍ତି। ଆଜିର ଦିନରେ ଲୋକମାନେ ଅନେକ ପରାମ୍ପରାକୁ ପାଳନ କରନ୍ତି। ଆଜିର ଏହି ପର୍ବରେ ଖେଚୁଡି ବହୁତ ଅଧିକ ମହତ୍ତ୍ୱ ରଖେ। ଆଜି ଓଡିଶାରେ ଅନେକ ଘର ମାନଙ୍କରେ ଖେଚୁଡି ପ୍ରସ୍ତୁତ କରାଯାଏ। ଲୋକମାନେ ମଧ୍ୟ ଖେଚୁଡି ଖାଇବାକୁ ବହୁତ ପସନ୍ଦ କରନ୍ତି। ଆପଣଙ୍କ ପାଇଁ ଆଜି ଆମେ ନେଇଆସିଛୁ ଖେଚୁଡି ରେସିପି, ଯାହାକୁ ଆପଣ ମାତ୍ର କେଇ ମିନିଟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଖେଚୁଡି।

ପ୍ରସ୍ତୁତି ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ – ୨୦୦ ଗ୍ରାମ

ବିରି ଡାଲି – ୧୫୦ ଗ୍ରାମ

ଘିଅ – ୨ ବଡ ଚାମଚ

ଲୁଣ – ସ୍ୱାଦାନୁସାରେ

ଧନିଆ ପତ୍ର – ଅଳ୍ପ

ହେଙ୍ଗୁ – ଚିମୁଟାଏ

ଜୀରା – ୧ ଛୋଟ ଚାମଚ

କଞ୍ଚା ଲଙ୍କା – ୨ଟି କଟା ହୋଇଥିବା

ଅଦା – ୧ ଇଞ୍ଚ

ହଳଦି ପାଉଡର – ୧/୨ ଛୋଟ ଚାମଚ

ମଟର ଦାନା – ୧ ଛୋଟ କପ୍‌

ପ୍ରସ୍ତୁତି ପ୍ରଣାଳୀ

-ଅଳ୍ପ ପାଣି ନେଇ ଚାଉଳକୁ ଭିଜାଇ ଦିଅନ୍ତୁ। ଏହାପରେ ଚାଉଳକୁ ଧୋଇ ଛାଣି ନିଅନ୍ତୁ।

-କୁୁରରେ ଘିଅ ପକାଇ ଗରମ କରନ୍ତୁ। ଏହାପରେ ଜୀରା ଏବଂ ହେଙ୍ଗୁ ପକାନ୍ତୁ। ଜୀରା ଫୁଟିଗଲା ପରେ କଞ୍ଚା ଲଙ୍କା, ହଳଦି ପାଉଡର ଓ ମଟର ଦାନା ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏହି ମସଲାରେ ଚାଉଳକୁ ଧୋଇ ପକାନ୍ତୁ ଏବଂ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଚାମଚରେ ଚଲାନ୍ତୁ।

-ଡାଲି ଏବଂ ଚାଉଳର ମାତ୍ରାର ଚାରି ଗୁଣା ପାଣି ଦିଅନ୍ତୁ। କୁକର ବନ୍ଦ କରନ୍ତୁ। ଗୋଟିଏ ସିଟି ମାରିବା ପରେ ୫ ମିନିଟ୍ ପର୍ଯ୍ୟନ୍ତ ଧୀମା ଗ୍ୟାସରେ ଖେଚୁଡିକୁ ରାନ୍ଧନ୍ତୁ। ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ।

-କୁକରରେ ବାଷ୍ପ ବାହାରିଗଲା ପରେ କୁକରର ଢ଼ାଙ୍କଣା ଖୋଲି ଦିଅନ୍ତୁ। ଏବେ ଆପଣ ଏକ ପ୍ଲେଟକୁ କାଢ଼ି ସେଥିରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button