ରାଜ୍ୟ

ମିଠା ଦୋକାନୀଙ୍କୁ ୫ଲକ୍ଷ ଦାଦାବଟି ମାଗିଲେ ଜେଲ ଫେରନ୍ତା: ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାତି ନୁହେଁ ଦିନରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି। ଭୁବନେଶ୍ଵର ଏୟାରଫିଲ୍ଡ ଥାନା ଚଣ୍ଡି ବଜାର ନିକଟରେ ଦିନ ଦ୍ଵିପ୍ରହରରେ ଦାଦାଗିରି ଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଜେଲ୍‌ ଫେରନ୍ତା ମିଠା ଦୋକାନୀଙ୍କୁ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଛନ୍ତି।

ଆଉ ତାହା ନ ମିଳିବାରୁ ସେଥିରେ ଉତ୍ତ୍ୟକ୍ତ ହୋଇ ଏକ ଗାଡ଼ିରେ ପଥର ଆଣି ମିଠା ଦୋକାନ ଆଗରେ ଗଦାଇଛନ୍ତି। ଯାହାର ଭିଜୁଆଲ ସିସି ଟିଭିରେ କଏଦ ହୋଇଛି। ଅଭିଯୁକ୍ତ ଜଣକ ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ ବୋଲି ଜଣାପଡିଛି। ମିଠା ଦୋକାନୀ ଜଣକ ଦାଦା ବଟି ନ ଦେବାରୁ ରଘୁନାଥ ତାଙ୍କୁ ନାନା ଧମକ ମଧ୍ୟ ଦେଇଥିଲା।

ପରେ ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଏହାର ତଦନ୍ତ କରିବା ସହ ସିସିଟିଭି ଚେକ୍ କରିଥିଲା । ପରେ ଅଭିଯୁକ୍ତ ରଘୁନାଥଙ୍କୁ ଗିରଫ କରିଛି । ତେବେ ପୁଲିସ୍ ରେକର୍ଡ ଅନୁସାରେ ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ରହିଛି । କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍ ରଘୁଆକୁ ଗିରଫ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button