ଦେଶ- ବିଦେଶ

ପାର୍ବଣ ସମୟରେ ୫୦ ହଜାର କୋଟିରୁ ଅଧିକ ବ୍ୟବସାୟ ହେବାର ସମ୍ଭାବନା: ସିଏଆଇଟି

ନୂଆଦିଲ୍ଲୀ: ପାର୍ବଣ ସମୟ ଆସିଛି। ଦଶହରାରେ ନବରାତ୍ରୀ, ରାମଲୀଳା, ଗରବା ଏବଂ ଦାଣ୍ଡିଆ ଭଳି ପର୍ବ ୧୦ ଧରି ପାଳନ ହେବ। ଏହି ଉତ୍ସାହକୁ ଦେଖି ଏଥର ବ୍ୟବସାୟ ଭଲ ହେବ ବୋଲି ଆଶା କରାଯାଉଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ଏକ ଆକଳନ ଅନୁଯାୟୀ ଆସନ୍ତା ଦଶ ଦିନ ମଧ୍ୟରେ ସାରା ଦେଶରେ ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବ୍ୟବସାୟ ହେବାର ସମ୍ଭାବନା ରହିଛି।

କେବଳ ଦିଲ୍ଲୀରେ ୮ ହଜାର କୋଟିରୁ ଅଧିକ ବ୍ୟବସାୟ ହେବ। ଏହି ପର୍ବପର୍ବାଣୀ ସମୟରେ ବଜାର ଉତ୍ସାହଜନକ ରହିବ, ଯାହା ବ୍ୟବସାୟୀମାନଙ୍କୁ ବହୁତ ଲାଭ ଦେବ ବୋଲି କ୍ୟାଟ କହିଛି।

ସବୁଠାରୁ ଖୁସିର କଥା ହେଲା ଏଥର ଲୋକଙ୍କର ଚୀନ ସାମଗ୍ରୀ ପ୍ରତି ମୋହଭଙ୍ଗ ହୋଇଛି। ଲୋକେ ଭାରତୀୟ ସାମଗ୍ରୀ ହିଁ କିଣୁଛନ୍ତି। କ୍ୟାଟର ଜାତୀୟ ସାଧାରଣ ସମ୍ପାଦକ ତଥା ଚାନ୍ଦନୀ ଚୌକର ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଉତ୍ସବ ସମୟରେ ବିକ୍ରୟ କରାଯାଉଥିବା ଅଧିକାଂଶ ଦ୍ରବ୍ୟ ଭାରତୀୟ। ବର୍ତ୍ତମାନ ଚାଇନା ସାମଗ୍ରୀକୁ ଲୋକଙ୍କର ମୋହଭଙ୍ଗ ହୋଇଛି। ପ୍ରଧାନମନ୍ତ୍ରୀଙ୍କର ଲୋକାଲ ଫର ଭୋକାଲ ଓ ଆତ୍ମନିର୍ଭର ଭାରତ ଡାକରାରେ ଭାରତ ତିଆରି ସାମଗ୍ରୀ ମାନ ବଢ଼ିଛି। ତେଣୁ ଲୋକ ସ୍ୱଦେଶୀ ସାମଗ୍ରୀ ଆପଣାଉଛନ୍ତି ବୋଲି ଖଣ୍ଡେଲୱାଲ କହିଛନ୍ତି।

ନବରାତ୍ରୀ, ରାମଲିଲା, ଗାରବା ଏବଂ ଦାଣ୍ଡିଆ ଭଳି ସମଗ୍ର ଦେଶରେ ୧ ଲକ୍ଷରୁ ଅଧିକ ଛୋଟ ଏବଂ ବଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି ପର୍ବ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ରୋଜଗାର ପାଆନ୍ତି। ଏଥର ନବରାତ୍ରୀ ଶେଷରେ ବିଜୟାଦଶମୀ, ଦୁର୍ଗା ବିଶର୍ଜନ, କରବା ଚୌଥ, ଧନତେରାସ, ଦିୱାଲୀ, ଭାଇ ଜିଉଁନ୍ତିଆ, ଛଟ ପୂଜା ଏବଂ ତୁଳସୀ ଭିବାହ ପର୍ଯ୍ୟନ୍ତ ଜାରି ରହିବ।

ଏନେଇ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ କେବଳ ଦିଲ୍ଲୀରେ ଏକ ହଜାରରୁ ଅଧିକ ଛୋଟ ଏବଂ ବଡ ରାମଲୀଳା ଆୟୋଜିତ ହୁଏ। ସେହିପରି ଶତାଧିକ ଦୁର୍ଗା ତୋରଣ ହୁଏ। ମୂଳତଃ ଗୁଜୁରାଟରେ ଆୟୋଜିତ ହେଉଥିବା ଦାଣ୍ଡିଆ ଏବଂ ଗାରବା ବର୍ତ୍ତମାନ ଦିଲ୍ଲୀ ସମେତ ସାରା ଦେଶରେ ଆୟୋଜିତ ହେଉଛି। ଏବଂ କୋଟି କୋଟି ଲୋକ ଏହି ପର୍ବ ପାଳନ କରୁଛନ୍ତି। ତେଣୁ ବ୍ୟବସାୟ ଏଥର ଭଲ ହେବ ବୋଲି ସମ୍ଭାବନା ରହିଛି।

ଏହି ପାର୍ବ ଋତୁରେ, ନଭରାତ୍ରୀ ଏବଂ ରାମଲିଲା ସମୟରେ ପୋଷାକ ଏବଂ ବସ୍ତ୍ରର ଚାହିଦା, ବିଶେଷକରି ଶାଢ଼ି, ଲେହେଙ୍ଗା, ଏବଂ କୁର୍ତ୍ତା ଭଳି ପାରମ୍ପାରିକ ପୋଷାକର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ। ଲୋକମାନେ ପୂଜା ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ନୂଆ ପୋଷାକ କିଣନ୍ତି, ଯେଉଁ କାରଣରୁ ଏହି କ୍ଷେତ୍ରରେ ବ୍ୟବସାୟ ବୃଦ୍ଧି ହୁଏ। ସେହିପରି ବହୁ ପରିମାଣରେ ପୂଜା ସାମଗ୍ରୀର ଚାହିଦା ମଧ୍ୟ ରହିଥାଏ। ଫଳ, ଫୁଲ, ନଡ଼ିଆ, ଚୁନରି, ଦୀପ, ଧୂପକାଠି ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ପରି ପୂଜା ପାଇଁ ଆବଶ୍ୟକ ସାମଗ୍ରୀର ବହୁତ ଚାହିଦା ରହିଥାଏ। ସେହିପରି ମିଠା, ଭୋଗ ସାମଗ୍ରୀ, ଫୁଲ, ମଣ୍ଡପ ସାଜସଜା ସାମଗ୍ରୀ ଆଦିର ବିକ୍ରି ବୃଦ୍ଧି ହୋଇଥାଏ। ଏଥିରେ ଭଲ ବ୍ୟବସାୟ ହୋଇଥାଏ ବୋଲି ଖଣ୍ଡେଲୱାଲ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button