ଦେଶ- ବିଦେଶ

ମୁଁ ନିଶ୍ଚିତ ଯେ ଆକଳନ ଠାରୁ ଭାରତ ଅର୍ଥନୈତିକ ଅଭିବୃଦ୍ଧି ଅଧିକ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିଶ୍ୱରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତକୁ ଏକ ଆକର୍ଷଣୀୟ ସ୍ଥଳ ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର କୌଟଲ୍ୟ ଆର୍ଥିକ ସମ୍ମେଳନୀର ତୃତୀୟ ସଂସ୍କରଣରେ ଯୋଗ ଦେଇ ମୋଦୀ କହିଛନ୍ତି ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର ଯାତ୍ରା ଜାରି ରଖିବା ପାଇଁ ଦେଶ ବ୍ୟାପକ ପରିବର୍ତ୍ତନ କରୁଛି।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ତାଙ୍କ ସରକାର ଗଠନମୂଳକ ସଂଶୋଧନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦୀ କହିଛନ୍ତି।

ମୋ ଦୀ ଆହୁରି କହିଛନ୍ତି ଯେ ଚାକିରି ସୃଷ୍ଟି କରିବା, ଦକ୍ଷତା ବିକାଶ, ନିରନ୍ତର ଅଭିବୃଦ୍ଧି ଏବଂ ଦ୍ରୁତ ବିସ୍ତାର ଉପରେ ତାଙ୍କର ତୃତୀୟ କାର୍ଯ୍ୟକାଳର ବିଶେଷ ଗୁରୁତ୍ୱ ରହିଛି। ଏଥିପାଇଁ କାମ ଜୋରସୋରରେ ଚାଲିଛି ବୋଲି ପିଏମ୍ କହିଛନ୍ତି।

ସେ କହିଛନ୍ତି ଭାରତ ଦୁଇ ଚକିଆ ଯାନ ଓ ଟ୍ରାକ୍ଟର ଉତ୍ପାଦନରେ ଆଗରେ ରହିଥିବା ବେଳେ ମୋବାଇଲ୍ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ଦେଶ ହୋଇଛି। ଏହା ବାଦ୍ ବିଶ୍ୱର ଫିନଟେକ୍କୁ ଆପଣାଇଥିବା ଦେଶ ମଧ୍ୟରେ ଭାରତ ନମ୍ବର ୱାନ୍ ହୋଇଥିବା ବେଳେ ଡାଟା ଖର୍ଚ୍ଚରେ ଏକ ନମ୍ବର ଓ ଡାଟା ବ୍ୟବହାରରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ମୋଦୀ କହିଛନ୍ତି।

ବିଶ୍ୱର ରିୟଲ ଟାଇମ୍ ଟ୍ରାଞ୍ଜାକ୍ସନ ଅଧାରୁ ଅଧିକ ଭାରତରେ ହୋଇଥାଏ। ଆମେ ଦୁନିଆର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍। ଅକ୍ଷୟ ଶକ୍ତି କ୍ଷମତା ଦୃଷ୍ଟିରୁ ଆମେ ଚତୁର୍ଥ ସ୍ଥାନରେ ରହିଛୁ। ଭାରତ ହେଉଛି ବିଶ୍ୱର ସବୁଠାରୁ ଯୁବ ଦେଶ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କିମ୍ବା ନବସୃଜନ ହେଉ, ଭାରତ ଏକ ଭଲ ସ୍ଥାନରେ ରହିଛି ବୋଲି ମୋଦୀ କହିଛନ୍ତି।

କେନ୍ଦ୍ର ସରକାର ଦେଶରେ ଆର୍ଥିକ ଅସମାନତା ଦୂର କରିବା, ଚାକିରି ସୃଷ୍ଟି କରିବା ସହିତ ଦକ୍ଷତା ବିକାଶ କରିବା ଦିଗରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ପୂର୍ବରୁ ଆର୍ଥିକ ଅସମାନତା ବଢ଼ୁଥିଲା। ହେଲେ ଆଜି ଆମେ ସମସ୍ତଙ୍କୁ ନେଇ ଚାଲିଛୁ। ଗତ ୧୦ ବର୍ଷରେ ୫୦ ହଜାର ଲୋକ ଅତି ଦରିଦ୍ର ଶ୍ରେଣୀରୁ ବାହାରକୁ ଆସିଛନ୍ତି। ଦ୍ରୁତ ବିକାଶରେ ଅସମାନତା କମୁଛି। ସମସ୍ତେ ଲାଭ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button