ଦେଶ- ବିଦେଶ

ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଥିବା ଏକ ମାନହାନି ମାମଲାରେ ଆଜି ତାଙ୍କୁ ବମ୍ବେ ହାଇକୋର୍ଟରେ ଆଶ୍ବସ୍ତି ମିଳିଛି। ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହେବାରୁ ମିଳିଥିବା ଅନ୍ତରୀଣ ରିଲିଫକୁ ବମ୍ବେ ହାଇକୋର୍ଟ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୦୧୮ରେ ରାଜସ୍ଥାନରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସମୟରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘କମାଣ୍ଡର-ଇନ୍-ଥିଫ୍’ (ଚୋରଙ୍କ ସର୍ଦ୍ଦାର) ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ ମାନହାନି ମାମଲର ରୁଜୁ ହୋଇଥିଲା। ଏହି ମାମଲାରେ ତାଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବାକୁ ରାହୁଲ ତାଙ୍କ ଓକିଲ କୁଶଲ ମୋରଙ୍କ ଜରିଆରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୨୪, ୨୦୧୮ରେ ରାହୁଲ ଗାନ୍ଧି ଉକ୍ତ ମନ୍ତବ୍ୟକୁ ଟୁଇଟ୍ ମଧ୍ୟ କରିଥିଲେ। ଜଣେ ବିଜେପି କର୍ମୀ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ‘କମାଣ୍ଡର-ଇନ୍-ଥିଫ୍’ କହି ରାହୁଲ ବିଜେପିର ସମସ୍ତ ସଦସ୍ୟ ଏବଂ ଭାରତୀୟ ନାଗରିକଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଛନ୍ତି। ମାନହାନି ମାମଲା ନେଇ ସେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ କଥା ଶୁଣିବା ପରେ ଗାନ୍ଧିଙ୍କୁ ସମନ କରିଥିଲେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button