ରାଜନୀତି

ଯାଜପୁରରେ ହେବନି ଉପ ନିର୍ବାଚନ: ସ୍ପଷ୍ଟୀକରଣ ଦେଲା ବିଜେଡି

ଯାଜପୁର: ଯାଜପୁର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବାର କୌଣସି ସମ୍ଭାବନା ନାହିଁ । ବିରୋଧୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏ ନେଇ ଅପ ପ୍ରଚାର କରୁଛନ୍ତି। ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଧାୟକ ହେବାର ଆବଶ୍ୟକତା ନାହିଁ। ନିଜେ ଏକା ଶାସକ ଦଳକୁ ମୁକାବିଲା କରିବାକୁ ସମର୍ଥ ବୋଲି ଆଜି ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ ମହାପାତ୍ର ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି ।

ଗତକାଲି ପ୍ରଣବଙ୍କ ଭାଷଣକୁ ଭୁଲ ଭାବେ ଉପସ୍ଥାପିତ କରିଛନ୍ତି କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଲୋକଙ୍କ ସମର୍ଥନ ନେଇ ଆଗାମୀ ଦିନରେ ଲୋକଙ୍କ ପାଇଁ ଲଢ଼ିବେ ବୋଲି ପ୍ରଣବ କହିଥିଲେ। ଜିଲ୍ଲା ବିଜେଡି ସଭାପତି କହିଛନ୍ତି, ସେ ଲୋକଙ୍କ ପାଇଁ ଲଢିବେ ବୋଲି କହିଥିଲେ।

ଅନ୍ୟପଟେ ବବିଙ୍କ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ମତ ରଖି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ଯୋଦ୍ଧା ସର୍ବଦା ଲଢ଼ିବାକୁ ପ୍ରସ୍ତୁତ ଥାଏ। ବବି ଦାସ ଜଣେ ଅନୁଭବୀ ଓ ସଫଳ ଯୋଦ୍ଧା। ଗୋଟିଏ ପରାଜୟରେ ଜଣକର ସଫଳତା ନ୍ୟୁନ ହୁଏନି। ଲଢ଼ିବା ମାନେ ନୁହେଁ ଯେ କେବଳ ନିର୍ବାଚନ ଲଢ଼ିବା। ଲଢ଼ିବା ପାଇଁ ଅର୍ଥ ଜନପ୍ରସଙ୍ଗକୁ ନେଇ ଲଢ଼ିବା ବୋଲି କହିଛନ୍ତି ଗଣେଶ୍ବର।

ସୂଚନା ଅନୁସାରେ ଗତକାଲି ଯାଜପୁର ନିର୍ବାଚନମଣ୍ଡଳୀ କୁଆଶ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଣବ ପ୍ରକାଶ ଦାସ କହିଥିଲେ, ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ପଠାଇଥିଲେ ଲଢିବା ପାଇଁ । ଏହି ୪ ମାସ ଭିତରେ ସେ ଯାଜପୁର ଆସି ପାରିନାହାନ୍ତି । କିନ୍ତୁ ଯାଜପୁର ବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣି ଲଢିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button