ଶପଥ ୯ ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ୍: ମୋଦୀଙ୍କୁ ତୃତୀୟ ସୁଯୋଗ – Kalinga News

[ad_1]
ଏନ୍ଡିଏ ନେତା ଚୟନ ପରେ ସରକାର ଗଠନ ପାଇଁ ଡାକିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ନେତୃତ୍ବାଧୀନ ଏନ୍ଡିଏର ସମସ୍ତ ସହଯୋଗୀ ଦଳ ଆଜି ନରେନ୍ଦ୍ର ମୋଦୀଙ୍କୁ ଏନ୍ଡିଏର ନେତା ନିର୍ବାଚିତ କରିବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ରବିବାର ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବା ପରେ ମୋଦୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ରାଷ୍ଟ୍ରପତି ମୁର୍ମୁ ମୋତେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାକୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜୁନ୍ ୯ ତାରିଖ ସନ୍ଧ୍ୟାରେ ଶପଥ ନେବେ ବୋଲି ଘୋଷଣା କରି ମୋଦୀ କହିଛନ୍ତି, ତୃତୀୟଥର ପାଇଁ ଏନ୍ଡିଏ ସରକାରକୁ ଲୋକମାନେ ସୁଯୋଗ ଦେଇଛନ୍ତି। ଆମକୁ ଏହି ସୁଯୋଗ ଦେଇଥିବାରୁ ଦେଶବାସୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ମୁଁ ସେମାନଙ୍କୁ ଏହା ନିଶ୍ଚିତ କରାଉଛି ଯେ ଗତ ୨ଟି କାର୍ଯ୍ୟକାଳରେ ଦେଶରେ ଯେଉଁଭଳି ବିକାଶ ହେଉଥିଲା ଏବଂ ଯେଉଁ ଗତିରେ ବିକାଶମୂଳକ କାର୍ଯ୍ୟ ହେଉଥିଲା ଠିକ୍ ସେହି ସମାନ ବେଗ ଏବଂ ସମାନ ସମର୍ପଣ ମନୋଭାବ ସହ ଏନ୍ଡିଏ ସରକାର କାମ କରିବ। ଆମେ ଦେଶକୁ ଆହୁରି ଆଗକୁ ନେବୁ ଏବଂ ଦେଶବାସୀଙ୍କ ଆକାଂକ୍ଷା ପୂରଣ କରିବୁ। ଉଲ୍ଲେଖଯୋଗ୍ୟ, ଆଜି ସକାଳେ ପ୍ରଧାନମନ୍ତ୍ରୀ ଏନ୍ଡିଏ ନେତା ନିର୍ବାଚିତ ହେବାପରେ ବରିଷ୍ଠ ବିଜେପି ନେତା ଏଲ୍କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆର୍ଶୀବାଦ ନେଇଥିଲେ।
[ad_2]




