ଦେଶ- ବିଦେଶ

ଟିଭିଏସ୍‌ ଆଇକ୍ୟୁବ୍‌ ଇଲେକ୍ଟ୍ରିକ୍‌

ବେ ସବୁଆଡ଼େ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି। ଏଣୁ ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ବୈଦ୍ୟୁତିକ ଯାନ। ସେହିକ୍ରମରେ ଅନ୍ୟ କମ୍ପାନି ଭଳି ଟିଭିଏସ୍ ଲଞ୍ଚ୍ କରିଛି ଆଇକ୍ୟୁବ୍ ସ୍କୁଟର, ଯାହାର ମୂଲ୍ୟ ରହିଛି ୯୪,୯୯୯ ଟଙ୍କା (ଏକ୍ସ ସୋ’ରୁମ୍)। ଆଇକ୍ୟୁବ୍ର ୩ଟି ଭାରିଆଣ୍ଟ ଓ ୫ଟି ମଡେଲ୍ ବଜାରକୁ ଆସିଛି।

୨ ଘଣ୍ଟା ୪୫ ମିନିଟ୍ରେ ଗାଡ଼ି ୦-୮୦% ଚାର୍ଜ ହୋଇଯାଉଛି ଏବଂ ଥରେ ଚାର୍ଜ କଲେ ଏହା ୧୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ସକ୍ଷମ। ୪ ଦିନ ଚାର୍ଜ ନକରି ଆପଣ ପ୍ରତିଦିନ ୩୦ କି.ମି. ଯାଇପାରିବେ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୨ କି.ମି.।

ଏଥିରେ ୨.୨ କିଲୋୱାଟ୍ର ୩ ଲିଥିଅମ୍-ଆୟନ୍ ବ୍ୟାଟେରି ପ୍ୟାକ୍ ଓ ହବ୍-ମାଉଣ୍ଟେଡ୍ ମୋଟର୍ ରହିଛି, ଯାହାର ପିକ୍ ପାୱାର୍ ହେଉଛି ୪.୪ କିଲୋୱାଟ୍। ଏହାସହ ଏଥିରେ ୩୦ ଲିଟର ଷ୍ଟୋରେଜ୍ ସ୍ପେସ୍, ଫ୍ରଣ୍ଟ୍ ଡିସ୍କ୍ ବ୍ରେକ୍, ପୋର୍ଟେବଲ୍ ଚାର୍ଜର୍, ସ୍ମାର୍ଟ ଏଲ୍ଇଡି ହେଡ୍ଲାଇଟ୍ ୱିଥ୍ ଡିଆର୍ଏଲ୍, ଏଚ୍ଏମ୍ଆଇ କଣ୍ଟ୍ରୋଲର୍, ୧୭.୭୮ ସେ.ମି. ମଲ୍ଟିଫଙ୍କ୍ସନାଲ୍ ଟଚ୍ ସ୍କ୍ରିନ୍ ଡାସ୍ବୋର୍ଡ ପରି ୧୧୮+ ହାଇଟେକ୍ କନେକ୍ଟେଡ୍ ଫିଚର୍ସ ରହିଛି। ଏହା ୱାଲ୍ନଟ୍ ବ୍ରାଉନ୍, ପର୍ଲ ହ୍ବାଇଟ୍, ସେଲିବ୍ରେସନ୍ ଅରେଞ୍ଜ, ଟାଇଟାନିୟମ୍ ଗ୍ରେ ଗ୍ଲସି ପରି ୪ଟି ରଙ୍ଗରେ ଉପଲବ୍ଧ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button