ରାଜ୍ୟ

ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବରଗଡ଼,୦୨/୧୦: ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଭେଡେନ ବ୍ଲକ ସାରସ ପାଲିଗାଁର ଲିଜା ଭୋଇ ଏବଂ ସୁନୀଲ କଠାର ବୋଲି ଜଣାପଡ଼ିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରଯାଉଛି । ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡ଼ ସ୍ଥିତ ଜଙ୍ଗଲରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବିନ୍ଧ୍ୟବାସିନୀ ପାହାଡ଼ ସ୍ଥିତ ଜଙ୍ଗଲକୁ ସ୍ଥାନୀୟଲୋକେ ଯାଇଥିଲେ । ସେଠାରେ ଜଣେ ଯୁବକ ଏବଂ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ ଭେଡେନ ପୋଲିସକୁ ଏହି ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ତେବେ ଉଭୟ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ ।

 

Related Articles

Leave a Reply

Your email address will not be published. Required fields are marked *

Back to top button