ରାଜ୍ୟ

ଗାନ୍ଧି ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଜେପି ସରକାରଙ୍କ ବିଫଳତା ଲୋକଙ୍କୁ ଜଣାଇବ ଦଳ

ଭୁବନେଶ୍ୱର ୦୨/୧୦: ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା । ଦୁଇଟି ପର୍ଯ୍ୟାୟରେ ପଦଯାତ୍ରା କରି ସାରା ରାଜ୍ୟବାସୀଙ୍କ ପାଖକୁ ଯିବ ବିଜେଡି । ବିଜେପି ସରକାରଙ୍କ ବିଫଳତା ଲୋକଙ୍କୁ ଜଣାଇବାକୁ ଦଳ ଲକ୍ଷ୍ୟ ରଖିଛି । ଏଥିପାଇଁ ପ୍ରତି ନିର୍ବାଚନମଣ୍ଡଳୀରେ ଦଳ ପ୍ରସ୍ତୁତି ଜୋରଦାର କରିଛି ।

ମାତ୍ର ଦଳକୁ ଘାରିଲାଣି କନ୍ଦଳ ଚିନ୍ତା । ଭୁବନେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଖୋର୍ଦ୍ଧା ଭଳି ବିଭିନ୍ନ ଅଞ୍ଚଳରେ ଦଳ ଭିତରେ ଅସନ୍ତୋଷ, ବଢ଼ିବାରେ ଲାଗିଛି । କିଛି ଜାଗାରେ ସ୍ଥିତି ମୁହାଁମୁହିଁ ଅବସ୍ଥାକୁ ଗଲାଣି । ଏସବୁ ବିବାଦ ଯଦି ପଦାକୁ ଫୁଟି ଆସିବ, ପଦଯାତ୍ରାକୁ ବିଗାଡ଼ିବ । ଏହାକୁ ନେଇ ଦଳର ସମନ୍ୱୟ କମିଟି ଓ ପଦଯାତ୍ରା କମିଟି ଏବେ ଚିନ୍ତାରେ ।

ବିଜେଡି କ୍ଷମତାରୁ ହଟିବା ପରେ ବିଭିନ୍ନ ଅଞ୍ଚଳରୁ ଦଳ ଭିତରେ ଥିବା ଅସନ୍ତୋଷ ଫୁଟି ପଦାକୁ ବାହାରିଲାଣି । ବିଜେଡି ଟିକଟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରାୟତଃ ଥମିବାର ନାଁ ଧରୁନି । ଖୋଲାଖୋଲି ବୟାନବାଜି, ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । ଅନେକ ନେତା ଦଳୀୟ ଶୃଙ୍ଖଳା ଲକ୍ଷ୍ମଣରେଖା ଡେଇଁବାକୁ ଆଉ ଡରୁନାହାନ୍ତି । ଟିକଟ ପାଇଥିବା ଓ ଟିକଟରୁ ବଞ୍ଚିତ ନେତାଙ୍କ ଶିବିର ଭିତରେ ଛକାପଞ୍ଝା ଲାଗି ରହିଛି । ନିର୍ବାଚନରେ ଦଳର ପରାଜୟ ପରେ ଅନେକ ସ୍ଥାନରେ ନେତା, କର୍ମୀ ଖୋଲାଖୋଲି ବୟାନବାଜି ଆରମ୍ଭ କରିଛନ୍ତି । ଏମିତିକି କେତେକ ସ୍ଥାନରେ ଦଳର ତୃଣମୂଳ ନେତାମାନେ ଦଳକୁ ଚାଲେଞ୍ଜ କରିବା ଆରମ୍ଭ କଲେଣି । କଳି ଏମିତି ବଢ଼ିଲାଣି ଯେ ଶଙ୍ଖ ଭବନରେ ସମାଧାନ ହୋଇପାରୁନି । ଭୁବନେଶ୍ୱର ବିଜେଡି କଳି ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଗୋଟିଏ ପକ୍ଷ ଖୋଲା ବୟାନବାଜି କରୁଥିବାବେଳେ ଅନ୍ୟପକ୍ଷ ମେଳି ବାନ୍ଧି ଭୁବନେଶ୍ୱରରୁ ପୁରୀ ବୁଲୁଛନ୍ତି । ମାମଲା ଥାନାକୁ ବି ଗଲାଣି ।

Related Articles

Leave a Reply

Your email address will not be published. Required fields are marked *

Back to top button