ରାଜ୍ୟ

ଘରୋଇ କଳହ ପାଇଁ ଘର ଛାଡିଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ

ଚୌଦ୍ବାର ୨।୧୦: ଚୌଦ୍ଵାର ୫୫ ଜାତୀୟ ରାଜପଥ ଓଟିଏମ୍ ଛକ ଗଳିପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l ଯୁବକଙ୍କ ନିକଟରୁ ମୋବାଇଲ ମିଳିବା ସହ ନମ୍ବର ବିହୀନ ମୋଟର ସାଇକେଲକୁ ପୋଲିସ ଜବତ କରିଛି l ଯୁବକ ଜଣଙ୍କ ଛତିଶଗଡ଼ ଦୁର୍ଗ ଅଞ୍ଚଳର ଦିନେଶ ବରିହା ବୋଲି ଜଣାପଡିଛି । ତାଙ୍କ ବୟସ ୨୮ ବର୍ଷ ବୋଲି ପୋଲିସ ସୂଚନା ଦେଇଛି l

ସୂଚନାଯୋଗ୍ୟ ଯେ, ଦୀନେଶ ନିଜ ଭାଇଙ୍କ ସହିତ ଢେଙ୍କାନାଳରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ l ପାରିବାରିକ କଳହ କାରଣରୁ ଦୀନେଶ ନିଜ ଘରୁ ବାହାରି କଟକ ଆସିଥିଲେ । କିନ୍ତୁ ତାଙ୍କ ମୃତଦେହକୁ ଚୌଦ୍ୱାର ପୋଲିସ ଓଟିଏମ୍ ଛକ ନିକଟ ଗଳିପୋଲ ନିକଟରୁ ଉଦ୍ଧାର କରିଛି l ପୋଲିସ ତାଙ୍କ ନିକଟରୁ ମିଳିଥିବା ମୋବାଇଲ ଫୋନ୍ ଯୋଗେ ତାଙ୍କ ପରିବାର ସହିତ ଯୋଗାଯୋଗ କରିବା ପରେ ତାଙ୍କ ପରିଚୟ ପାଇଥିଲା l କିନ୍ତୁ କେଉଁ କାରଣରୁ ଦୀନେଶଙ୍କ ମୃତ୍ୟୁ ହୋଇଛି ତାହା ଏବେବି ଅସ୍ପଷ୍ଟ । ଚୌଦ୍ୱାର ପୋଲିସ ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଦୀନେଶ ବରିହାଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଭାଇ ଚୌଦ୍ବାର ଥାନାକୁ ଆସୁଥିବା ଥାନା ଅଧିକାରୀ ବିଶ୍ବରଞ୍ଜନ ସାହୁ ସୂଚନା ଦେଇଛନ୍ତି l

ମଦ କାରବାରକୁ ବିରୋଧ କରିବାରୁ ଇଟାରେ ଛେଚି ହତ୍ୟା, ଜଣକୁ ଗିରଫ କଲା ପୋଲିସ

Related Articles

Leave a Reply

Your email address will not be published. Required fields are marked *

Back to top button