ରାଜ୍ୟ

ବାଙ୍ଗିରିପୋଷି ଘାଟିରେ ଭାରି ଯାନ ପାଇଁ କଟକଣା, ବିଡିଓ ଓ ତହସିଲଦାର ଉପସ୍ଥିତିରେ ଗାଡି ଚଳାଚଳ ଆରମ୍ଭ

ବାଙ୍ଗିରିପୋଷି ୦୧/୧୦: ଚାରି ଦିନ ଧରି ବାଙ୍ଗିରିପୋଷି ଘାଟି ରାସ୍ତାରେ ଜାମ ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ମୟୁରଭଞ୍ଜ ଜିଲ୍ଲାର ଲାଇଫ ଲାଇନ କୁହା ଯାଉଥିବା ବାଙ୍ଗିରିପୋଷି ଘାଟି ରାସ୍ତା କିଛି ଦିନ ହେଲାଣି ଅତ୍ୟନ୍ତ ଖରାପ ହେବା ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି ।

ଅନ୍ୟ ପଟେ ଭାରି ଯାନ ଗୁଡିକ ବ୍ରେକ ଡାଉନ ହେଲେ ରାସ୍ତାରେ ଦୁଇ ତିନି ଦିନ ଧରି ଜାମ ଲାଗି ରହୁଛି। ଏଥିପାଇଁ ଗତ କାଲି ଘାଟି ରାସ୍ତା ଜାମ ନେଇ ଓ ଟିଭିରେ ଖବର ପ୍ରକାଶ ପରେ ଚେତି ଉଠିଛି ଜିଲ୍ଲା ପ୍ରଶାସନ।

ଏନେଇ ମୟୁରଭଞ୍ଜ ଜିଲାପାଳ ବାଙ୍ଗିରିପୋଷି ଏବଂ ବିଶୋଇ ପୋଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି । ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ୨୪ ଘଣ୍ଟା ପୋଲିସ ପେଟ୍ରୋଲିଙ୍ଗ ହେବା ସହ ଭାରି ଯାନ ଉପରେ କଟକଣା ଜାରୀ କରିଛନ୍ତି । ୪୯ ନଂ ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ବରେ ଭାରି ଯାନକୁ ପ୍ରତି ଦେଢ଼ ଘଣ୍ଟାରେ ଥରେ ଛଡାଯିବ। ଅନ୍ୟ ସମୟରେ ଭାରି ଯାନ ଗୁଡିକ ରାସ୍ତାର ବାମ ପାଶ୍ୱର୍ରେ ପାର୍କିଂ କରିବେ । ଘାଟି ରାସ୍ତା ଯେଭଳି ଜାମ ନ ହୁଏ ସେ ନେଇ ବିଡ଼ିଓ, ତହସିଲଦାର ତଦାରଖ କରିବେ । ଏହି କଟକଣା ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ ରହିଛି।

ଏଥିନେଇ ବାଙ୍ଗିରିପୋଷି ବିଡିଓ ମାନସ ରଞ୍ଜନ ଦଣ୍ଡପାଟ ଓ ତହସିଲଦାର ସିତାଂଶୁ ଶେଖର ଦାସ ସକାଳ ୬ ଟା ପାଖରୁ ସ୍ଥାନୀୟ ମଣଦା ଫୁଟ ଓଭର ବ୍ରିଜ ନିକଟରେ ଛିଡ଼ା ହୋଇ ଟ୍ରକ ଗୁଡିକୁ ଅଟକାଇବା ସହ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଛାଡିବା ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button