ରାଜ୍ୟ

ଆଇଆରଇ ଓ ଗୋପାଳପୁର ପୋର୍ଟ କମ୍ପାନୀରେ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ

ତ୍ରପୁର (ଦିଲ୍ଲୀପ ସାମଲ )୪।୯: ଛତ୍ରପୁର ଉପକଣ୍ଠ ଆଇଆରଇଏଲ ଓ ଗୋପାଳପୁର ପୋର୍ଟ କମ୍ପାନୀ ଗୁଡିକରେ ସ୍ଥାନୀୟ ଶିକ୍ଷିତ ଯୁବକ /ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦାବି ନେଇ ଅଗଷ୍ଟ ୨୮ରୁ ଧାରଣା ଦିଆଯାଇଥିଲା। କିନ୍ତୁ ସେମାନଙ୍କ ଦାବି କେହି ନ ଶୁଣିବାରୁ ଆଜି ଡୁଗୁଲୁ ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଆନ୍ଦୋଳନକାରୀ।

ଯାହାଫଳରେ ବହୁ ଗାଡି ଅଟକ ରହିଛି। ଆନ୍ଦୋଳନକାରୀ କହିବା ମୁତାବକ ସେମାନେ ଆଜିକୁ ୫ବର୍ଷ ହେଲା ଏହି ଦାବି କରି ଆସୁଥିଲେ ବି ଏହି ଦୁଇ କମ୍ପାନୀ ସେମାନଙ୍କ ଦାବିକୁ ଅଣଦେଖା କରିବା ସହ କେବଳ ପ୍ରତିଶ୍ରୁତି ଦେଇ ଆସୁଥିଲା। ୭ ଦିନ ଶାନ୍ତି ଶୃଙ୍ଖଳାରେ ବସି ଧାରଣା ଦେବା ପରେ ବି କେହି ଶୁଣିଲେ ନାହିଁ ଶେଷରେ ବାଧ୍ୟ୍ୟ ହୋଇ ରାସ୍ତା ରୋକ କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବଡ଼ ଧରଣର କରାଯିବ ବୋଲି କୁହାଯାଇଛି। ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି। କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ନେତୃତ୍ୱରେ ଅଞ୍ଚଳ ର କିଛି ମହିଳା /ଯୁବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ ଶ୍ରମିକ ନେତା ଭୋକାଲି ସେଠି, କଣମଣା ପଞ୍ଚାୟତର ନ୍ୟାୟ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, କାଳିଆ ରାଉଳ ଙ୍କ ସମେତ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button