ରାଜ୍ୟ

ଆଜିଠୁ ସର୍ବଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ୍‌

ମ୍ବଲପୁର: ଆଜିଠୁ ସମ୍ବଲପୁର ଜିଲା କ୍ରୀଡା ସଂଘ ଆନୁକୂଲ୍ୟ ଏବଂ ଜିଲା ପ୍ରଶାସନ ଓ ଫୁଟବଲ ଆସୋସିଏସନ ଅଫ ଓଡିଶାର ସହଯୋଗରେ ସର୍ବ ଭାରତୀୟ ବୀର ସୁରେନ୍ଦ୍ର ସାଏ ଫୁଟବଲ ଚାମ୍ପିୟନସିପ ୨୦୨୪ ଆୟୋଜିତ ହେଉଛି। ଗୁରୁବାର ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା କ୍ରୀଡା ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କହିଛନ୍ତି ଯେ, ୨୮ ତାରିଖରୁ ଫୁଟବଲ ଚାମ୍ପିୟନସିପ ଆରମ୍ଭ ହେଉଥିବାରୁ ଏହି ପ୍ରତିଯୋଗୀତାରେ ସମୁଦାୟ ୮ଟି ଦଳ ଅଂଶ ଗ୍ରହଣ କରିବେ।

୨ଟି ବର୍ଗରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚ ଗୁଡିକରେ ପୁଲ – ଏ ରେ ଝାଡଖଣ୍ଡ ଚକ୍ରଧରପୁରର ସ୍ପୋଟିଂ କ୍ଲବ, ଭୁବନେଶ୍ୱରର ଜଗା ୟୁନାଟେଡ, ସମ୍ବଲପୁର ଫୁଟବଲ ଏକାଡେମୀ ଓ ମହାରାଷ୍ଟ୍ର ନାଗପୁରର ନାଗପୁର ବ୍ଲୁ ଏସସି ଏବଂ ପୁଲ – ବି ରେ ପଶ୍ଚିମବଙ୍ଗ କଲକାତାର ହାଲିଶଙ୍କର ସରସ୍ୱତୀ କ୍ଲବ, କଟକର ରାଧାରମଣ କ୍ଲବ, ବିଶାଖାପଟନମର ଇଷ୍ଟ କୋଷ୍ଟ ରେଳବାଇ ଓ ବିହାର ବକ୍ସରର ମା କାମାକ୍ଷା ସ୍ପୋର୍ଟ୍ସ କ୍ଲବ ଭାଗ ନେବେ।
ସମସ୍ତ ଦଳର ଖେଳାଳିମାନଙ୍କର ରହଣି, ଅଭ୍ୟାସ ଆଦିର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମସ୍ତ ପ୍ରାକ ପ୍ରସ୍ତୁତି ଶେଷ ହୋଇଛି। ପ୍ରତିଯୋଗୀତାର ଚାମ୍ପିୟନ ଦଳକୁ ଟ୍ରଫି ସହିତ ୫୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୩୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ସମସ୍ତ ମ୍ୟାଚ ଗୁଡିକ ଭିଏସଏସ ଷ୍ଟାଡିୟମରେ ଆୟୋଜିତ ହେବ। ଚାମ୍ପିୟନସିପର ଫାଇନାଲ ମ୍ୟାଚ ୪ ତାରିଖରେ ଆୟୋଜିତ ହେବ। ପ୍ରଥମ ଥର ପାଇଁ ଏଭଳି ସର୍ବ ଭାରତୀୟ ଫୁଟବଲ ଚାମ୍ପିୟନସିପ ଆୟୋଜିତ କରାଯାଉଥିବାରୁ କ୍ରୀଡା ସଂଘର କର୍ମକର୍ତ୍ତା ମାନେ ବେଶ ଉତ୍ସାହିତ ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button