ରାଜ୍ୟ

ସୋଆ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଫେବୃଆରୀ ୨୭: ଶୈକ୍ଷିକ ଆଦାନ ପ୍ରଦାନ ଓ ସହଯୋଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ସାଇନ୍‌ସ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ ୨୦୨୪ରେ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୬୮ ତମ ସ୍ଥାନ ହାସଲ କରିଛି ।

ବୁଝାମଣା ଅନୁଯାୟୀ ସୋଆ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ସାଇନ୍‌ସ ଶୈକ୍ଷିକ ସହଭାଗିତା, ବିଭିନ୍ନ ଅଧ୍ୟୟନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଗବେଷଣାତ୍ମକ ପ୍ରକଳ୍ପ କ୍ଷେତ୍ରରେ ତଥା ଛାତ୍ରଛାତ୍ରୀଙ୍କୁ ଗବେଷଣା କ୍ଷେତ୍ରରେ ସହଯୋଗ, ଶିକ୍ଷକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଭିଜିଟିଙ୍ଗସ ସ୍କଲାର ପ୍ରୋଗ୍ରାମ ଓ ଛାତ୍ରଛାତ୍ରୀଙ୍କ ଇନ୍‌ଟର୍ଣ୍ଣସିପ୍ ମିଳିତ ଭାବେ ସମ୍ପାଦନ କରିବେ ।

ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟ ମିଳିତ ଭାବେ କର୍ମଶାଳା ଓ ସମ୍ମିଳନୀ ଆୟୋଜନ କରିବେ । ଶୁକ୍ରବାର ଦିନ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି ଅଫ୍ ସାଇନ୍ସର ଡିନ୍ ପ୍ରଫେସର ଜନ୍ ହସ୍‌କିଙ୍ଗ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button