ଦେଶ- ବିଦେଶ
ସାବଧାନ! ଘରେ ଏହିସବୁ ଜିନିଷ ରଖିଲେ ସବୁଦିନେ ଲାଗି ରହେ ଅସଫଳତା, ଚାକିରି ଏବଂ ବିବାହ ହୋଇଥାଏ ବିଳମ୍ବ…
ଆମେ ଘରେ ଏପରି ଅନେକ ଜିନିଷ ରଖିଥାଉ, ଯାହାର ବ୍ୟବହାର ଖୁବ୍ କମ୍ ହୋଇଥାଏ କିମ୍ବା ବିଲକୁଲ ହୋଇନଥାଏ। କିନ୍ତୁ ବର୍ଷ ବର୍ଷ ଧରି ଏହି ଜିନିଷଗୁଡିକୁ ଆମେ ଘରେ ରଖିଥାଉ। ମାତ୍ର ସେଭଳି କିଛି ଜିନିଷ ସିଧାସଳଖ ଜୀବନ ଉପରେ କୁପ୍ରଭାବ ପକାଇଥାଏ। ଜୀବନରେ ସମସ୍ୟା ଲାଗି ଆଣିଥାଏ।
ଘରକୁ ସୁରକ୍ଷା ଦେବା ପାଇଁ ଆମେ ତାଲାର ପ୍ରୟୋଗ କରିଥାଉ। ତାଲା ଭାଗ୍ୟ ଉପରେ ଶୁଭ ପ୍ରଭାବ ପକାଏ ବୋଲି ମାନ୍ୟତା ରହିଛି। କିନ୍ତୁ କେତେକ କ୍ଷେତ୍ରରେ ଏହା ଭାଗ୍ୟ ଉପରେ କୁପ୍ରଭାବ ମଧ୍ୟ ପକାଇଥାଏ।
ଘରେ ଯଦି ଏପରି କିଛି ତାଲା ଅଛି, ଯାହାର ଚାବି ହଜିଯାଇଛି କିମ୍ବା ତାଲା ଖରାପ ହୋଇଯାଇଛି। ତାଲା ସଠିକ୍ ଭାବେ କାମ କରୁନାହିଁ। ତେବେ ଘରେ ଏପରି ତାଲା ଆଦୌ ରଖନ୍ତୁ ନାହିଁ। ଏଭଳି ଚାବି ନଥିବା ଓ ଖରାପ ତାଲା ଘରେ ରହିଲେ ଜୀବନରେ ଅସଫଳତା ଲାଗି ରହିଥାଏ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା ସହ ସଫଳତା ମିଳି ପାରିନଥାଏ। ଚାକିରି ମିଳିବାରେ ବିଳମ୍ବ ହୋଇଥାଏ। ବିବାହ ହେବାରେ ମଧ୍ୟ ଅସୁବିଧା ବା ବିଳମ୍ବ ହୋଇଥାଏ।