ଉପଯୁକ୍ତ ସର୍ଭିସ ଦେଲାନି ବୋଲି ରାଗରେ କମ୍ପାନୀ ଶୋ’ରୁମରେ ନିଆଁ ଲଗାଇଦେଲେ ଯୁବକ, ଏବେ ପୋଲିସ କଲା ଗିରଫ

ଦେଶର ସବୁଠାରୁ ବଡ ଇଲେକ୍ଟ୍ରିକ ଦୁଇଚକିଆ ନିର୍ମାତା କମ୍ପାନୀରେ ନିଆଁ ଲଗାଇଦେଲେ ଯୁବ । କମ୍ପାନୀ ଉପଯୁକ୍ତ ସେବା ପ୍ରଦାନ କଲାନି, ରାଗରେ ଯୁବକ ଶୋ ରୁମରେ ନିଆଁ ଲଗାଇଦେଇଛନ୍ତି । କମ୍ପାନୀକୁ ବାରମ୍ବାର ଅନୁରୋଧ କରିବା ପରେ କିଛି ବି ଲାଭ ପାଇଲେ ନାହିଁ ଯୁବକ । ତେଣୁ ଶେଷରେ ଗାଡ଼ି କିଣିଥିବା ଶୋ’ ରୁମରେ ନିଆଁ ଲଗାଇ ନିଜର ରାଗ ସୁଝାଇଛନ୍ତି ଜଣେ ଯୁବକ ।
ମାମଲାରେ କର୍ଣ୍ଣାଟକ ପୋଲିସ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ।
ଖବର ମୁତାବକ, ନିକଟରେ ଯୁବକ ଜଣଙ୍କ ଶୋ’ ରୁମରୁ ଗୋଟିଏ OLA ସ୍କୁଟର କିଣିଥିଲେ । ହେଲେ ତାଙ୍କୁ ଉପଯୁକ୍ତ ସେବା ମିଳି ନଥିଲା । ଏଥିଯୋଗୁ ଯୁବକ ଜଣଙ୍କ ରାଗରେ ଗାଡ଼ି କିଣିଥିବା ଶୋ’ ରୁମରେ ପହଞ୍ଚି ନିଆଁ ଲଗାଇ ଦେଇଛନ୍ତି । ଏହାର ଭିଡିଓ ମଧ୍ୟ ଭାଇରଲ ହେଉଛି ।
୨୬ ବର୍ଷୀୟ ମହମ୍ମଦ ନଦୀମ ଗତ ମାସରେ ଗୋଟିଏ ଓଲା ସ୍କୁଟର କିଣିଥିଲେ । ସେ ମେକାନିକ ଭାବେ କାମ କରନ୍ତି । ତେବେ କିଛି ଦିନ ତଳେ ଗାଡ଼ିରେ କିଛି ସମସ୍ୟା ଦେଖାଯିବାରୁ ସେ ସର୍ଭିସିଂ ପାଇଁ ଆଣିଥିଲେ । ତାଙ୍କୁ ସେଠାରେ ଉପଯୁକ୍ତ ସର୍ଭିସ ମିଳି ନଥିଲା । ସେ ଗାଡିର ସମସ୍ୟା ନେଇ ବାରମ୍ବାର ଶୋ’ ରୁମକୁ ଯାଇଥିଲେ ମଧ୍ୟ ତାଙ୍କର ସମାଧାନ ହୋଇନଥିଲା ।
ସେ ନିରାଶ ହୋଇ ଶୋ’ ରୁମ ଉପରେ କ୍ଷୁବ୍ଧ ହୋଇ ସାଙ୍ଗରେ ପେଟ୍ରୋଲ ଧରି ପହଞ୍ଚି ମାଲିକଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ନଦୀମ ଶୋ ରୁମରେ ଥିବା ୬ଟି ଗାଡ଼ି ସହ ନିଆଁ ଲଗାଇ ଦେଇଥିଲେ । ଏଥିଯୋଗୁ ପୂରା ଶୋ’ ରୁମରେ ନିଆଁ ଲାଗି ଯାଇଥିଲା ।
ତେବେ ଯୁବକ ଜଣଙ୍କ ନିଆଁ ଲଗାଇ ଦେବାରୁ ଶୋ’ ରୁମର ପ୍ରାୟ ୮,୫୦,୦୦୦ ଟଙ୍କା କ୍ଷତି ହୋଇଛି । କମ୍ପାନୀ ଏ ନେଇ ସ୍ଥାନୀୟ ଥାନାରେ ମାମଲା ଦାୟର କରିଛି । ପୋଲିସ ଯୁବକଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି ।