ରାଜ୍ୟ

ବିଦ୍ୟାଳୟରେ ଅସ୍ଥାୟୀ ହାଟ

ମାଲକାନଗିରି/କାଲିମେଳା: ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା ହୋଇଥିବାବେଳେ ସେଠାରେ କୁନି କୁନି ପିଲାଙ୍କୁ ହାଟ ବଜାର ଓ କ୍ୟାସଲେସ ବଣିଜ ବିଷୟରେ ଅବଗତ କରାଇବା ପାଇଁ ବିଭିନ୍ନ ବିଦ୍ୟାଳୟରେ ଅସ୍ଥାୟୀ ହାଟର ଆୟୋଜନ କରାଯାଇଛି। ଯେଉଁଥିରେ ନିଜେ କିଛି କୁନି କୁନି ପିଲାଏ ବ୍ୟବସାୟୀ ପାଲଟିଥିବାବେଳେ ଗ୍ରାହକ ମଧ୍ୟ ସାଜିଛନ୍ତି ସେହି ଛାତ୍ରଛାତ୍ରୀ।

କିଛି ଏହିପରି ହାଟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା କାଲିମେଳା ବ୍ଲକର ଜବାନପଲ୍ଲୀ ବିଦ୍ୟାଳୟରେ। ଏଠାରେ ପିଲାମାନଙ୍କୁ ଭବିଷ୍ୟତରେ ନିଜର ଜୀବନ ଜୀବିକା ନିର୍ବାହ କରିବା ପାଇଁ ଗ୍ରାମୀଣ ହାଟ ଏକ ମାଧ୍ୟମ ବୋଲି ଜ୍ଞାନ ପ୍ରଦାନ କରଯାଇଥିଲା। ଶୁକ୍ରବାର ଏହି ବିଦ୍ୟାଳୟରେ ପିଲାମାନଙ୍କୁ ନେଇ ଅସ୍ଥାୟୀ ହାଟ ସ୍ଥାପନ କରାଯାଇ ସେଠାରେ ସେମାନେ ଓଜନ ଯନ୍ତ୍ର, ମାପ ଗଣତି, ବିଭିନ୍ନ ସାମଗ୍ରୀକୁ ଚିହ୍ନିବା, ହାଟ ଦେଖିବା, ବିଶେଷ କରି କ୍ୟାସଲେସ ବଣିଜ ବିଷୟରେ ଜ୍ଞାନ ଲାଭ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷକମାନେ ସହଯୋଗ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button