ଦେଶ- ବିଦେଶ

ଫୋକସ୍‌ରେ ଗ୍ୟାଜେଟ୍: ନୂଆ ୪କେ କ୍ୟାମେରା ‘ଗୋପ୍ରୋ ହିରୋ’

ବିଭିନ୍ନ ପ୍ରକାର କ୍ୟାମେରା ସହିତ ନିଜସ୍ବ ମୋବାଇଲ୍ ଆପ୍ ଓ ଭିଡିଓ ଏଡିଟିଂ ସଫ୍ଟୱେର୍ ବିକଶିତ କରୁଥିବା ଆମେରିକାର ଜଣାଶୁଣା ପ୍ରଯୁକ୍ତି କମ୍ପାନି ଗୋପ୍ରୋ ତାହାର ସଦ୍ୟତମ କ୍ୟାମେରା ‘ଗୋପ୍ରୋ ହିରୋ’ର ବଜାର ପ୍ରବେଶ କରାଇଛି। ଏହା କମ୍ପାନିର ପରଦାଯୁକ୍ତ ସବୁଠୁ କ୍ଷୁଦ୍ର କ୍ୟାମେରା ବୋଲି ଜଣାଯାଇଛି। ମାତ୍ର ୮୬ ଗ୍ରାମ୍ ଓଜନ ବିଶିଷ୍ଟ ଏହି କ୍ୟାମେରାର ଟଚ୍ସ୍କ୍ରିନ୍ ପରଦା ସାଙ୍ଗକୁ ୪କେ, ୧୦୮୦ପି ରିଜୋଲୁସନ୍ର ଭିଡିଓ ରେକର୍ଡିଂ ଓ ଅଟୋ ଭିଡିଓ ଷ୍ଟାବିଲାଇଜେସନ୍ ପରି ବୈଶିଷ୍ଟ୍ୟମାନ ରହିଛି।

ଏହା ବଜାରରେ ଉପଲବ୍ଧ ୪କେ ଭିଡିଓ ରେକର୍ଡିଂ କରିପାରୁଥିବା ସବୁଠାରୁ ଶସ୍ତା କ୍ୟାମେରା। ଜଳନିରୋଧୀ କାଚ ଆବରଣ ଯୋଗୁଁ ଏହା କାଦୁଅ, ତୁଷାର ଓ ପାଣି ଆଦି ପରିବେଶରେ ବ୍ୟବହାର ଅନୁକୂଳ ବୋଲି କମ୍ପାନି ଦାବି କରିଛି।

ଭାରତରେ ଫ୍ଲିପ୍କାର୍ଟ, କ୍ରୋମା ଓ ରିଲାଏନ୍ସ ଡିଜିଟାଲ୍ ଭଳି ଇ-ବାଣିଜ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ଏହି କ୍ୟାମେରାର ମୂଲ୍ୟ ୨୩,୯୯୦ ଟଙ୍କାରୁ ଆରମ୍ଭ। ଏଥିରେ ଟଚ୍ ସ୍କ୍ରିନ୍ ଦ୍ବାରା ବିଭିନ୍ନ ଶୈଳୀର ଫଟୋ ଉତ୍ତୋଳନ ହୋଇପାରୁଥିବା ବେଳେ ଭିଡିଓ ରେକର୍ଡିଂ ପାଇଁ ଏକ ସ୍ବତନ୍ତ୍ର ବଟନ୍ ରହିଛି। ଏଥିରେ ସେକେଣ୍ଡ୍ ପିଛା ୬୦ ଫ୍ରେମ୍ ବିଶିଷ୍ଟ ସ୍ଲୋ ମୋସନ୍ ଭିଡିଓ ଉତ୍ତୋଳନ ସମ୍ଭବ। ଏହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ୧୦୦ ମିନିଟ୍ ଧରି ଭିଡିଓ ରେକର୍ଡିଂ କରିପାରିବ। କମ୍ପାନିର ୩୫ରୁ ଅଧିକ ଗୋପ୍ରୋ ମାଉଣ୍ଟ ଓ ଯନ୍ତ୍ରାଂଶ ସହ ଯୋଡ଼ି ଏହାକୁ ବ୍ୟବହାର କରିହେବ ବୋଲି କମ୍ପାନି ତରଫରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button