ରାଜ୍ୟ

ଶଙ୍ଖ ଭବନରେ ନବୀନ, ନୂଆପଡା ଜିଲାର କଲେ ସମୀକ୍ଷା

ମାଜ ଡିଜିଟାଲ ଡେସ୍କ: ନୂଆପଡା ଜିଲାର ସମୀକ୍ଷା କରି ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ଶଙ୍ଖ ଭବନରେ ପହଞ୍ଚି ନୂଆପଡା ଜିଲାର ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ଦଳକୁ ଆହୁରି ମଜବୁତ କରିବା ଏହି ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।

୨୪ବର୍ଷରେ ଅନେକ ଲୋକାଭିମୁଖୀ କାମ ସତ୍ୱେ ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା, ତାହାର କାରଣ ଖୋଜା ଚାଲିଛି। ଏହାସହିତ ଲୋକଙ୍କୁ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button