ରାଜ୍ୟ

ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମଧ୍ୟ ସୋରଡା ପଣ୍ଡା ଖୋଳ ଜଙ୍ଗଲରୁ ୭୩ ଖଣ୍ଡ କାଠ ପଠାଗଲା ଶ୍ରୀକ୍ଷେତ୍ର

ପୁରୀ ରଥଯାତ୍ରା ପାଇଁ ପୁଣି ଚଳିତ ବର୍ଷ ସୋରଡା ଗାଜଳବାଡି ଜଙ୍ଗଲର ପଣ୍ଡାଖୋଳ ସଂରକ୍ଷଣ ଜଙ୍ଗଲରୁ ୭୩ ଖଣ୍ଡ କାଠ ଶନିବାର ପୁରୀ ଅଭିମୁଖେ ଯାଇଛି । ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି ସୋରଡା ବନାଞ୍ଚଳ । ସୋରଡା ପଣ୍ଡାଖୋଳ ଜଙ୍ଗଲରେ ବହୁ ପରିମାଣରେ ଢାଉରା ଓ ଅସନା ବଡ ବଡ ଗଣ୍ଡି ରହିଛି । ଯାହାକି ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ ଲାଗିବ । କଳାପାହାଡ ରାଜାଙ୍କ କବଳରୁ ମୁକ୍ତି ପାଇବା ପାଇଁ ବହୁ ବର୍ଷ ପୂର୍ବେ ଏହି ପଣ୍ଡାଖୋଳ ଜଙ୍ଗଲରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କୁ ଲୁଚାଇ ରଖିଥିଲେ ଦଇତାପତି ମାନେ । ବହୁ ବର୍ଷ ହେବ ଏହି ଜଙ୍ଗଲରେ ରହିଥିଲେ ଠାକୁର । ତେଣୁ ଏହି ଜଙ୍ଗଲର ନାମ ରହିଛି ପଣ୍ଡାଖୋଳ ।

ଶନିବାର ସେହି ଠାକୁରଙ୍କ ରଥ ନିର୍ମାଣ ପାଇଁ ଏଠାରୁ ୭୩ ଖଣ୍ଡ କାଠ ପଠାଯାଇଛି । ସେଥିରେ ରହିଛି ୨୦ ଫୁଟ ଲମ୍ବ ଓ ୧୨ ଫୁଟ ଲମ୍ବର କାଠ । ଯେତେବେଳ କାଠକୁ ଧରି ଯାତ୍ରା ଆରମ୍ଭ ହୋଇଥିଲା, ପ୍ରଥମେ ପାଟପୋଲ୍ଲୀ ନର୍ସରୀରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଦକ୍ଷିଣ ଡିଏଫଓ ବିନୋଦ ଆଚାର୍ଯ୍ୟ ପୂଜା ପାଠ କରି ରଥ କାଠକୁ ପୂଜା କରିଥିଲେ । ମନ୍ତ୍ର ପାଠ କରି ପୂଜା କରି ବନ୍ଦା ଯାଇଥିଲା । ବହୁ ମହିଳା ଓ ପୁରୁଷ ଭକ୍ତ କାଠକୁ ନୂତନ ବସ୍ତ୍ର, ଫୁଲ ଚନ୍ଦନ ଦେଇ ବନ୍ଦାପନା କରିଥିଲେ । ଶହ ଶହ ମହିଳା ନୂତନ ଲୁଗା ପ୍ରଦାନ କରିଥିଲେ । ଜୟ ଜଗନ୍ନାଥ ଧ୍ୱନି ଓ ହୁଳହୁଳିରେ ପରିବେଶ କମ୍ପି ଉଠିଥିଲା ।

ଖାଲି ଏତିକି ନୁହେଁ ଏହା ସହିତ ଢୋଲ ମହୁରି, ସହ ମୃଦଙ୍ଗର ତାଳେ ତାଳେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସତେ ଯେପରି ଭକ୍ତ ମାନେ ପ୍ରଭୁ ଜଗନାଥଙ୍କୁ ପାଇଯାଇଛନ୍ତି । ଆମେ ପୁରୀ ରଥ ଯାତ୍ରାକୁ ନ ଗଲେ ମଧ୍ୟ ରଥ କାଠ ଛୁଇ ପୂଣ୍ୟ ଅର୍ଜନ କରିଛୁ । ତେଣୁ ପ୍ରତି ବର୍ଷ ଏପରି କାଠ ଏଠାରୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଯାଉଥାଉ ବୋଲି ଭକ୍ତମାନେ କହିଛନ୍ତି । ଏହା ସହିତ ବନ ବିଭାଗ ଏସିଏଫ୍ ପ୍ରଦୀପ କୁମାର ବେହେରାଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ପ୍ରଭୁ ଜଗନ୍ନାଥଙ୍କ ସେବା କରିବାକୁ ହେଲେ ଭକ୍ତଙ୍କ ସୁଅ ଛୁଟେ । ଆଗକୁ ଆସୁଛି ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା । ତେଣୁ ତିନି ଠାକୁର ରଥରେ ବିଜେ କରି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡଦାଣ୍ଡକୁ ଆସନ୍ତି । ଠାକୁର ଯେଉଁ ରରେ ବିଜେ କରିବେ ତାହା ପୁଣି ପ୍ରତିବର୍ଷ ନୂତନ ଭାବେ ପ୍ରସ୍ତୁତ ହୋଇଥାଏ । ତେଣୁ ବହୁ ଦିନରୁ ମହାରଣା ସେବକ ମାନେ ରଥ ନିର୍ମାଣ ଆରମ୍ଭ କରିଲେଣି । ଏହି ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମଧ୍ୟ ସୋରଡା ପଣ୍ଡା ଖୋଳ ଜଙ୍ଗଲରୁ ବଡ ବଡ ଢାଉରା, ଅସନ କାଠ ଦୁଇଟି ଟ୍ରକରେ ଲୋର୍ଡ ହୋଇ ଶ୍ରୀକ୍ଷେତ୍ର ପଠାଯାଇଛି । ରଥ କାଠକୁ ବିଦାୟ ଦେବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button