ରାଜ୍ୟ

ସିରିଜ ବୋମାମାଡ଼ରେ ଥରିଲା ରାଜଧାନୀ, ୩ଟି ସ୍ଥାନରେ ପ୍ରାୟ ୮ଟି ବୋମା ପଡିଛି

ଭୁବନେଶ୍ବର : ସିରିଜ ବୋମାମାଡ଼ରେ ଥରିଲା ରାଜଧାନୀ । ବିଳମ୍ବିତ ରାତିରେ ଆସି ବାଇକରେ ବୋମା ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ଥାନା କେଦାରପଲ୍ଲୀ ବସ୍ତିର ତିନୋଟି ସ୍ଥାନରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ୩ଟି ସ୍ଥାନରେ ପ୍ରାୟ ୮ଟି ବୋମା ପଡିଛି । ବୋମା ମାଡ଼ କରି ଚାଲିଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।

ତେବେ କିଏ ଓ କାହିଁକି ବୋମା ମାଡ଼ କଲା ସେନେଇ ସୂଚନା ମିଳିନି । ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଖୋଜୁଛି କ୍ୟାପିଟାଲ ପୋଲିସ । ଗତ କିଛି ଦିନ ମଧ୍ୟରେ ଭୁନେଶ୍ବରରେ ଏହା ତୃତୀୟ ବୋମା ମାଡ଼ ଘଟଣା ।

Related Articles

Leave a Reply

Your email address will not be published. Required fields are marked *

Back to top button