ରାଜ୍ୟ

ସୁଶ୍ରୀ ଯୋଯନୀବାଳା ପଣ୍ଡାଙ୍କୁ ଦାଶରଥି ଭାଗବତ ସମ୍ମାନ

ୟାଗଡ଼ ୨୫।୦୯: ଦାଶରଥି ସମ୍ମାନ ପ୍ରଦାନ ମହୋତ୍ସବ । ଆଞ୍ଚଳିକ ଭାଗବତ ମଣ୍ଡଳୀ ତଥା ମିଳିତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଲକ୍ଷ୍ମୀ ନାରାୟଣ ମନ୍ଦିର, ପଣ୍ଡାଳମ, ଧାର୍ମିକ ପରିସରରେ, ସ୍ବର୍ଗତ ପଣ୍ଡିତ ଦାଶରଥି ଦାଶଙ୍କ ଦଶମ ବାର୍ଷିକୀ ଶ୍ରାଦ୍ଧ ଦିବସରେ ଚଳିତ ବର୍ଷର ଦାଶରଥି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ମହୋତ୍ସବରେ ଓଡ଼ିଶାର ସ୍ୱନାମଧନ୍ୟା ଜ୍ଞାନୀ ଗୁଣୀ ତଥା ଆଧ୍ୟାତ୍ମିକ ପ୍ରବକ୍ତା ଡଃ ପ୍ରତିଭା ମହାରଥୀଙ୍କୁ ଦାଶରଥି ସାହିତ୍ୟ ସମ୍ମାନ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତା ସେବାନିବୃତ୍ତା ପ୍ରଧାନ ଶିକ୍ଷୟିତ୍ରୀ ଡଃ ଚପଳା ପଣ୍ଡାଙ୍କୁ ଦାଶରଥି ଶିକ୍ଷକ ସମ୍ମାନ ତଥା ଜନପ୍ରିୟ ଭାଗବତ ପାଠିକା କବୟିତ୍ରୀ ସୁଶ୍ରୀ ଯୋଯନୀବାଳା ପଣ୍ଡାଙ୍କୁ ଦାଶରଥି ଭାଗବତ ସମ୍ମାନରେ ଅଳଙ୍କୃତ କରାଯାଇଛି ।

ଉକ୍ତ ସଭାରେ ସଭାପତି ସମାଜସେବୀ ଶ୍ରୀଯୁକ୍ତ ରାଜକିଶୋର ପାଣିଗ୍ରାହୀ, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ପୃଷ୍ଠପୋଷକ ପଣ୍ଡିତ ରଞ୍ଜନ ଦାଶ, ସଂଯୋଜକ ସହିତ ବହୁ ଭଗବତପ୍ରେମୀ ତଥା ଶିକ୍ଷାବିତମାନେ ଉପସ୍ଥିତ ଥିଲେ । ପରିଶେଷରେ ପଣ୍ଡିତ ରଞ୍ଜନ ଦାଶ ଧନ୍ୟବାଦ ସହ ସଭାକାର୍ଯ୍ୟ ସମାପନ କରିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button