ଦେଶ- ବିଦେଶ

ଗାଈ ପାଦର ମାଟି, ଭିକାରୀକୁ ବି କରିଦିଏ କୋଟିପତି

ଗାଇ ପାଦର ମାଟିକୁ କିପରି ଏବଂ କଣ କଲେ ଘରେ ସୁଖ ସମୃଦ୍ଧି ବଢିଚାଲେ, ତେବେ ଆସନ୍ତୁ ଜାଣିନେବା ଗାଇ ପାଦର ମାଟିର ମହାଉପାୟ। ଯେଉଁ ଲୋକର ଘରେ କୈାଣସି ବି ସମସ୍ୟା ଲାଗି ରହୁଥାଏ ଅବା ଘରେ କେହି ରୋଗଗ୍ରସ୍ତ ଅଛନ୍ତି ଅଥବା ଆର୍ଥିକ ସମସ୍ୟା ଲାଗି ରହୁଛି ବ୍ୟବସାୟରେ ଉନ୍ନତି ଚାହୁଁଥାନ୍ତି। ନିଜ ଘରେ ସକରା-ତ୍ମକ ଶକ୍ତିର ବୃଦ୍ଧି ଘଟୁ ବୋଲି ଚାହୁଁଛନ୍ତି, ଘରେ ସୁଖ ସମୃଦ୍ଧି ବଢିଚାଲୁ ବୋଲି ଚାହୁଁଛନ୍ତି, ଗୃହସ୍ଥ ସୁଖ ପାଇବା ପାଇଁ ଚାହୁଁଥିଲେ ତେବେ ଏହି ସବୁ ସମସ୍ୟା ଦୂର କରି ସୁଖଶାନ୍ତି ଆଣିଦେବ ଏହି ଉପାୟଟି।

ଏହି ଉପାୟଟି ସେହି ଲୋକମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ଯେଉଁମାନଙ୍କର ଗର୍ଭ ସମସ୍ୟା ଲାଗି ରହୁଥିବ। ଯେଉଁମାନଙ୍କର ସନ୍ତାନ ହେଉନାହିଁ କିମ୍ବା ଗର୍ଭରେ ସନ୍ତାନ ରହିବା ପରେ ନାନାଦି ସମସ୍ୟା ମାନ ଦେଖା ଦେଉଛି। ଗର୍ଭପାତ ଅବା ମୃତ ସନ୍ତାନ ମାନ ଜନ୍ମ ହେଉଛନ୍ତି ଏହିସବୁ ଉପାୟମାନ କରନ୍ତୁ। ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯାହାଙ୍କର ଅନେକ ସମ୍ପତ୍ତି ମଧ୍ୟ ଥାଏ କିନ୍ତୁ ତାହାକୁ ଉପଭୋଗ କରି ପାରନ୍ତି ନାହିଁ। ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ନବଗ୍ରହଙ୍କୁ ଶାନ୍ତ କରିବା ପାଇଁ ଉପାୟ ଟିଏ କରନ୍ତୁ।

ଏହି ଉପାୟ ଦ୍ଵାରା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରି ପାରିବେ। ଏହି ଉପାୟ ଗାଇ ସହିତ ଜଡିତ ଅଟେ। ସମଗ୍ର ଭାରତବର୍ଷରେ ଗାଇକୁ ପୂଜା କରିଥାନ୍ତି। ଗାଇକୁ ମାଆ ସମାନ ପୂଜା କରାଯାଏ। ଏହା ଖାଲି ଧାର୍ମିକ ପରମ୍ପରା ନୁହେଁ ବରଂ ବିଜ୍ଞାନ ମତରେ ଗାଇ ଏମିତି ଏକ ପଶୁ ଯିଏକି ନିଃଶ୍ବାସରେ ଅମ୍ଳଜାନ ନେଇଥାଏ ଏବଂ ଅମ୍ଳଜାନ ହିଁ ଛାଡିଥାଏ ଏଣୁ ଗାଇ ଆମ ପାଇଁ ପ୍ରକୃତର ଗୋଟିଏ ସୁନ୍ଦର ଉପହାର।

ଏହାଛଡା ଆମେମାନେ ଜାଣିଛେ ଯେ ଗାଇର ମୂତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ଯାହାକୁ ଚିକିତ୍ସାରେ ପ୍ରୟୋଗ କରାଯାଏ।ଗାଇର କ୍ଷୀରକୁ ମଧ୍ୟ ବ୍ୟବହାର କରିଥାଉ।ଗାଇର ଗୋବରକୁ ମଧ୍ୟ ଘର ପାଇଁ ବ୍ୟବହାର କରିଥାଉ। ଯେଉଁ ଘରେ ଗାଇମାନ ଥାନ୍ତି ସେହି ଘରେ ଅଲଗା ପ୍ରକାରର ଏକ ଶାନ୍ତିମାନ ମିଳିଥାଏ। ଏହାଛଡା ଗାଇର ଆଖପାଖରେ ରହିଲେ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ।

ଏବେ ଆଲୋଚନା କରିବା ବାସ୍ତୁଶାସ୍ତ୍ର ବିଷୟରେ। ସକାଳୁ ସକାଳୁ ଗାଇକୁ ଚାରା, ରୁଟି, ଗୁଡ଼ ଖାଇବାକୁ ଦେଲେ ଜାତକର ସମସ୍ତ ଦୋଷ ଦୂର ହୋଇଥାଏ,ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ଗାଇକୁ ଖାଇବାକୁ ଦିଅନ୍ତି ଏବଂ ଯଦି ଗାଇ ଆପଣଙ୍କ ଘରପାଖକୁ ଆସି ରାବ ଛାଡିଥାଏ ତେବେ ଆପଣଙ୍କର ଘରେ ସବୁବେଳେ ସୁଖଶାନ୍ତି ରହିଥାଏ।ଯଦି ଆପଣ କୈାଣସି କର୍ମରେ ଯାତ୍ରା କରୁଥାନ୍ତି ଏବଂ ବାଟରେ ଗାଇ ଦେଖନ୍ତି ତେବେ ଆପଣଙ୍କର ଯାତ୍ରା ସଫଳ ହୋଇଥାଏ।ଏବେ ଆସନ୍ତୁ ଜାଣିବା କଣ ସେହି ଉପାୟଟି ଯାହାକୁ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ।

ଏଥିପାଇଁ ପ୍ରଥମେ ଚୟନ କରିବେ ଯେଉଁଠାରେ ଗାଇମାନେ ବନ୍ଧା ହୋଇଥିବେ ସେହି ଜାଗାରୁ ଗାଇ ପାଦର ମାଟି ନେଇ ଆସିବେ। ଏହାପରେ ସେଥିରେ ଗଙ୍ଗାଜଳ ମିଶାଇ ଛୋଟଛୋଟ ଗୁଳା ମାନ କରିବେ।ଆପଣ ପାଞ୍ଚୋଟି ବା ସାତୋଟି ଗୁଳା କରିବେ।ଆପଣ ରାତିରେ ଶୋଇବା ସମୟରେ ସେହି ଗୁଳା ଗୁଡ଼ିକୁ ତକିଆ ତଳେ ରଖି ଶୋଇବେ ଏବଂ ତାପର ଦିନ ସକାଳୁ ଉଠି ସେହି ଗୁଳାରୁ ଗୋଟିଏ ଗୁଳାକୁ ଓସ୍ତ ଗଛ ମୂଳରେ ଚଢାଇ ଦେବେ।

ଏହିପରି ଯଦି ଆପଣ ୧୫ଦିନ କରନ୍ତି ତେବେ ଆପଣଙ୍କ ଜୀବନରୁ ଅନେକ ପ୍ରକାରର ସମସ୍ୟା ମାନ ଦୂର ହୋଇଥାଏ।ଏହି ଉପାୟରେ ଧନ, ସୁଖସମୃଦ୍ଧି ଠାରୁ ଆରମ୍ଭ କରି ଗୃହସ୍ଥ ଜୀବନରେ ସବୁ ସୁଖ ମିଳିଥାଏ।ଏହି ଉପାୟଟି ନିଶ୍ଚୟ କରି ଦେଖନ୍ତୁ। ଆପଣଙ୍କୁ ନିଶ୍ଚିତ ଶୁଭଫଳ ପ୍ରାପ୍ତି ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button