ଦେଶ- ବିଦେଶ

ଖାଲି ପେଟରେ ଖାଲି ଗୋଟେ ପାଖୁଡା ରସୁଣ ଖାଇ ଦିଅନ୍ତୁ ଦେଖନ୍ତୁ ଚମତ୍କାର ଫାଇଦା

ଆଜି ମୁଁ ଆପଣଙ୍କୁ ଜଣାଇବି ସକାଳେ ଖାଲି ପେଟରେ ଗୋଟିଏ ପାଖୁଡା ରସୁଣ ଖାଇବାର ଫାଇଦା ବିଷୟରେ। ରସୁଣକୁ ଆମେ ମସଲା ହିସାବରେ ବିଭିନ୍ନ ପ୍ରକାର ଖାଦ୍ୟରେ ଖାଇଥାଉ। ଆପଣ ଜାଣିଛନ୍ତି କି ଖାଲି ପେଟରେ ରସୁଣ ଖାଇଲେ ଏହା ଶରୀର ପାଇଁ କେତେ ହିତକାରୀ ହୋଇଥାଏ। ତାହେଲେ ଚାଲନ୍ତୁ ଜାଣିବା ଖାଲି ପେଟରେ ରସୁଣ ଖାଇବାର ଫାଇଦା ବିଷୟରେ।

ରକ୍ତଚାପ ହ୍ରାସ କରେ-

ରସୁଣରେ ବାୟୋ ଏକ୍ଟିଭ ସଲଫର କମ୍ବୋ ରହିଥାଏ।ଯାହା ରକ୍ତଚାପକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରରେ ସଲଫରର ଅଭାବ ରକ୍ତଚାପର ଅନ୍ୟତମ କାରଣ ହୋଇଥାଏ। ଯଦି ଆପଣ ରସୁଣ ସେବନ କରୁଛନ୍ତି ତାହେଲେ ଏଥିରେ ଅର୍ଗାନ ଏବଂ ସଲଫର ରହିଥାଏ ଏହା ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିଥାଏ।

ହୃଦଘାତରୁ ରକ୍ଷା କରେ-

ଆମେରିକାରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣାଯାଇଛି ଯେ ରସୁଣ ଶରୀରରେ ଥିବା ଏଲଡିଲ କଲେଷ୍ଟର ଅର୍ଥାତ ଖରାପ ଚର୍ବିକୁ ହ୍ରାସ କରି ଦେଇଥାଏ ତେଣୁ ରକ୍ତ ନଳୀରେ କଲେଷ୍ଟର ଜମିବାକୁ ଦେଇନଥାଏ। ତେଣୁ ରକ୍ତ ନଳୀରେ କଲେଷ୍ଟର ଯମାଟ ବାନ୍ଧିଲେ ହୃଦଘାତର ମଧ୍ୟ ଭୟ ରହିଥାଏ।

ତେଣୁ ସକାଳେ ଗୋଟିଏ କୋଲା ରସୁଣ ଖାଇଲେ ହୃଦଘାତର ଭୟ ରହିନଥାଏ। ରସୁଣ ଖରାପ କଲେଷ୍ଟରକୁ ନଷ୍ଟ କରିବା ସହିତ ଡ୍ରାଏ ଗ୍ଲେସେରାଇଟକୁ ମଧ୍ୟ କମ କରିଥାଏ ଏବଂ ରକ୍ତରେ ଆଣ୍ଟି ଅକ୍ସିଡାଣ୍ଟ ଏକ୍ଟିଭିଟିକୁ ବଢାଇଥାଏ। ତେଣୁ ଏହା ହୃତପିଣ୍ଡ ପାଇଁ ଏହା ଚମତ୍କାରି ଔଷଧ ରୂପରେ କାର୍ଯ୍ୟ କରିଥାଏ।

ଯଦି ଆପଣ ଖାଲି ପେଟରେ ରସୁଣର ସେବନ କରିଥାନ୍ତି ତେବେ ରସୁଣରେ ଥିବା ଅଣ୍ଟା ଫଞ୍ଜାଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ପେଟ ଭିତରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ମାରି ଦେଇଥାଏ। ପେଟ ଖାଲା ଥିବାରୁ ଏହି ବ୍ୟାକ୍ଟେରିଆ ମାନଙ୍କୁ ଲୁଚିବା ପାଇଁ ଜାଗା ମିଳିନଥାଏ।

ଡାଇବେଟିସରୁ ରକ୍ଷାକରେ-

ରସୁଣ ଇନ୍ସୁଲିନ ସେନ୍ସିଟିଭିଟିକୁ ବଢାଇଥାଏ ଏବଂ ରକ୍ତରେ ଗ୍ଲୁକୋଜର ଲେବଲକୁ କମ କରିଥାଏ। ତେଣୁ ଡାଇବେଟିସରୁ ଦୂରରେ ରହିବାକୁ ଚାହୁଁଥିଲେ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ କୋଲା ରସୁଣ ନିହାତି ଭାବରେ ଖାଆନ୍ତୁ।

କ୍ୟାନସରରୁ ରକ୍ଷା କରେ-

ରସୁଣରେ ସେଲେନିୟମ ପ୍ରଚୁର ପରିମାଣରେ ଥାଏ। ସେଲେନିୟମ କ୍ୟାନସର ସହିତ ଲଢିବାର ଗୁଣ ଥାଏ।।ଏହି ଗବେଷଣାରୁ ପ୍ରମାଣିତ ହୋଇ ସାରିଛି ଯେ ସେଲେନିୟମ ଟ୍ୟୁମରକୁ ନଷ୍ଟ କରି ଦେଇଥାଏ।

ଆଉଏକ ରିସର୍ଚ୍ଚରୁ ଜଣାଯାଏ ଯେ ଯଦି ଆପଣ ପ୍ରତିଦିନ ରସୁଣ ଖାଉଛନ୍ତି ତେବେ କ୍ୟାନସର ଯୁକ୍ତ ଟ୍ୟୁମର ହେବାର ସମ୍ଭାବନା ୩୩% କମ ହୋଇ ଯାଇଥାଏ ଏବଂ ଷ୍ଟୋମାକ କ୍ୟାନସରର ସମ୍ଭାବନା ୫୨% କମ ହୋଇଯାଏ। ତେଣୁ ଯଦି ଆପଣ ଶରୀରରେ କ୍ୟାନସରର ରିସ୍କକୁ କମ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ରସୁଣର ସେବନ କରନ୍ତୁ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ-

ରସୁଣରେ ଫାଇଟୋ ନ୍ୟୁଟ୍ରେଣ୍ଟ ଥାଏ।ଯାହା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଯୋଗୁଁ ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥ ଗୁଡିକୁ ବାହାର କରି ଦେଇଥାଏ। ଏବଂ ଶରୀରରେ ସୃଷ୍ଟି ହେଉଥିବା ଅକ୍ସିଡେଟିଭ ଷ୍ଟ୍ରେସକୁ ମଧ୍ୟ ଦୂର କରିଥାଏ। ତେଣୁ ଯଦି ଆପଣ ରସୁଣର ସେବନ କରିବେ ତେବେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେବ ଏବଂ ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ।

ଯକୃତ ରୋଗରୁ ରକ୍ଷା କରେ-

ଫେଣ୍ଟି ଲିଭର ଆଜିର ଯୁଗରେ ଗୋଟିଏ ବଡ଼ ସମସ୍ୟା ହୋଇ ଉଭା ହୋଇଛି।ଯଦି ଅତ୍ୟଧିକ ଚର୍ବି ଆପଣଙ୍କ ଲିଭରରେ ଜମା ହୋଇଯାଏ ତେବେ ଏହାଦ୍ବାରା ବହୁତ ଭୟଙ୍କର ଅବସ୍ଥା ହୋଇ ଯାଇଥାଏ। ରିସର୍ଚ୍ଚରୁ ଦେଖା ଯାଇଛି ଯେ ରସୁଣରେ ଏକ ଉପାଦାନ ଥାଏ ଯାହା ଲିଭରର ଇଞ୍ଜୁରୀକୁ କମ କରିଥାଏ ଏବଂ ରସୁଣରେ ଥିବା ଆଣ୍ଟି ଅକ୍ସିଡେଟିଭ ତତ୍ବ ଲିଭରକୁ ନନ ଆଲ୍କହଲିକ ଫେଣ୍ଟି ଲିଭରରୁ ରକ୍ଷା କରିଥାଏ। ଏହାଥିଲା ସକାଳେ ଖାଲି ପେଟରେ ରସୁଣ ଖାଇବାର ଫାଇଦା ବିଷୟରେ।ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button