ଦେଶ- ବିଦେଶ

ମା’ ନୁହେଁ ପିଶାଚିନୀ, ୪ ବର୍ଷର ପୁଅକୁ ମାରି ଟ୍ରଲି ବ୍ୟାଗରେ ଧରି ବୁଲିଲା – Kalinga News

[ad_1]

ଗୋଆ : ନିଜ ଜନ୍ମ କଲା ପୁଅକୁ ମାରିଦେଲା ମା’। ଆଉ ଧରା ପଡ଼ିବା ଭୟରେ ୪ ବର୍ଷର ପୁଅର ମୃତଦେହକୁ ବ୍ୟାଗ୍‌ରେ ଭର୍ତ୍ତି କରି ଗୋଆରୁ ଚାଲିଗଲା କର୍ଣ୍ଣାଟକ । ବେଙ୍ଗଲୁରୁର ଜଣେ ମହିଳା ଗୋଆର ଏକ ହୋଟେଲରେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ଖବର ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆଉ ଧରାପଡ଼ିବା ଭୟରେ ମୃତ ପୁଅର ଶରୀରକୁ ଏକ ଟ୍ରଲି ବ୍ୟାଗରେ ନେଇ କର୍ଣ୍ଣାଟକ ଚାଲିଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତ ମା, ସୂଚନା ସେଠଙ୍କୁ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଗିରଫ କରାଯାଇ ଗୋଆ ଆଣାଯାଇଛି I କୁହାଯାଉଛି କି, ସ୍ବାମୀ ସହିତ ଝଗଡ଼ାରୁ ପୁଅକୁ ମାରିଛି ମା’ ଜଣକ ।

ଘଟନାନୁସାରେ,ବେଙ୍ଗାଲୁରୁର ଜଣେ ୪୯ ବର୍ଷୀୟ ମହିଳା ସୂଚନା ସେଠ I ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ ଅଛନ୍ତି ସୂଚନା I ସେ ତାଙ୍କ ୪ ବର୍ଷର ପୁଅକୁ ନେଇ ଉତ୍ତର ଗୋଆର କାଣ୍ଡୋଲିମର ଏକ ହୋଟେଲରେ ରହିଥିଲେ । ତେବେ ହୋଟେଲରୁ ସୂଚନା ଚେକ ଆଉଟ କରିବା ପୂର୍ବରୁ ତାଙ୍କ ସହିତ ପୁଅ ନଥିଲା I ଏନେଇ ସେ ଧରାପଡିଯିବା ଭୟରେ ଏକ ନାଟକ ରଚିଥିଲେ I ତାଙ୍କ ପୁଅ ହୋଟେଲରୁ କୁଆଡେ ଚାଲିଯାଇଥିବା ସେ କର୍ମଚାରୀମାନଙ୍କୁ କହିଥିଲେ I ଏହାପରେ କର୍ମଚାରୀମାନେ ସେଠାରେ ଖୋଜା ଖୋଜି କରିଥିଲେ ମଧ୍ୟ ପୁଅକୁ ପାଇ ନଥିଲେ I ଏହି ସମୟରେ ସୂଚନା କର୍ଣ୍ଣାଟକ ଯିବାପାଇଁ ନିଜର ବ୍ୟାଗ ପତ୍ର ନେଇ ଏକ ଅଟୋ ଯୋଗେ ହୋଟେଲରୁ ରେଳ ଷ୍ଟେସନ ଅଭିମୁଖେ ତରତର ହୋଇ ଚାଲି ଯାଇଥିଲେ I କିନ୍ତୁ ହୋଟେଲ କର୍ମଚାରୀ ମାନଙ୍କର ସନ୍ଦେହ ହେବାରୁ ପୋଲିସରେ ଖବର ଦେଇଥିଲେ I ପୋଲିସ ଆସି ରୁମ ଚେକ କରିବାରୁ ସେଠାରେ ରକ୍ତ ଦାଗ ଦେଖିବାକୁ ପାଇଥିଲେ I ଏହାପରେ ପୋଲିସ ସୂଚନଙ୍କୁ ଫୋନ କରି ପୁଅ କଥା ପଚାରିବାରୁ,ପୁଅ ପଡୋଶୀଙ୍କ ଘରକୁ ଚାଲି ଯାଇଥିଲା ଏବଂ ସେ ତାକୁ ସାଥିରେ ନେଇ ଯାଉଛନ୍ତି ବୋଲି କହିଥିଲେ I ତାଙ୍କ କଥାରେ ସନ୍ଦେହ ହେବାରୁ ପୋଲିସ ଅଭିଯୁକ୍ତ ସୂଚନା ଯେଉଁ ଅଟୋରେ ଯାଇଥିଲେ ସେହି ଅଟୋର ଡ୍ରାଇଭରକୁ ଡାକି ପଚରାଉଚରା କରିଥିଲା ଏବଂ ତଦନ୍ତ ଆଗକୁ ବଢ଼ାଇଥିଲା । ଅଧିକ ସନ୍ଦେହ ହେବାରୁ ଅଭିଯୁକ୍ତ ମହିଳା ସିଇଓ ସୂଚନାଙ୍କୁ କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଗିରଫ କରି ଗୋଆ ପୋଲିସ ଷ୍ଟେସନ ଅଣାଯାଇ ଥିଲା I ସେଠାରେ ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗ୍‌ରୁ ପୁଅର ମୃତଦେହ ମିଳିଥିଲା ।

ସୂଚନାନୁସାରେ,୨୦୧୦ ମସିହାରେ ସୂଚନା ସେଠଙ୍କର ବିବାହ ହେଇଥିଲା । ଏହାପରେ ୨୦୧୯ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଏହାର ଠିକ୍ ବର୍ଷେ ପରେ ସମ୍ପର୍କରେ ତିକ୍ତତା ଆସିବା କାରଣରୁ କୋର୍ଟରେ ସ୍ୱାମୀ-ସ୍ତ୍ରୀ ବିବାହ ବିଚ୍ଛେଦ ହୋଇଥିଲା । ତେବେ ଏକ ବର୍ଷର ପୁଅ ଥିବା କାରଣରୁ କୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ ବି, ଏକ ସର୍ତ୍ତ ରଖିଥିଲେକି ପିଲାର ବାପା ପୁଅକୁ ପ୍ରତି ରବିବାର ଦେଖା କରିପାରିବେ । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ସୂଚନା I ଛାଡପତ୍ର ଦେଇଥିବା ପୂର୍ବତନ ସ୍ବାମୀ ସହ ପୁଅକୁ ଭେଟ କରାଇବାକୁ ଚାହୁଁନଥିଲେ ମହିଳା । ସେଥିଲାଗି ମହିଳା ଜଣକ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି I

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button