ଦେଶ- ବିଦେଶ

ଏହି ୨ଟି ଲକ୍ଷଣ ହେଉଛି ଓମିକ୍ରନର ଲକ୍ଷଣ, ଜ୍ୱର ଥଣ୍ଡା ଦେଖିବା ମାତ୍ରେ ହିଁ ହୋଇ ଯାଆନ୍ତୁ ସାବଧାନ !

କୋରୋନାର ନୂଆ ଓମିକ୍ରନ ଭ୍ୟାରିଏଣ୍ଟ ଗୋଟିଏ ନୂଆ ସମସ୍ୟା ହୋଇ ପୂରା ଦୁନିଆ ସାମ୍ନାରେ ଛିଡ଼ା ହୋଇଛି। ଏହାର ଗମ୍ଭୀରତା, ଟ୍ରାଂସମିଶନ ରେଟ ଏବଂ ଲକ୍ଷଣକୁ ନେଇ ଅନେକ ପ୍ରକାରର ଦାବି କରାଯାଉଛି। ଡେଲ୍ଟା ତୁଳନାରେ ଏହି ଭ୍ୟାରିଏଣ୍ଟକୁ ଅନେକ ଗୁଣା ଅଧିକ ସଂକ୍ରାମକ ବୋଲି ଜଣା ଯାଉଛି। ଭାରତରେ ମଧ୍ୟ ଏହାର ମାମଲା ଜୋରରେ ବଢ଼ିବାରେ ଲାଗିଛି। ଏଥିପାଇଁ ଏହାର ଲକ୍ଷଣକୁ ଚିହ୍ନିବା ବହୁତ ଜରୁରୀ ଅଟେ।

Omicron symptoms: କୋରୋନା ମହାମାରୀର ପୂର୍ବ ଲହରୀରେ ସର୍ଦ୍ଦି-କାଶ ଏବଂ ଜ୍ବର ଏହାର ସବୁଠାରୁ ସାଧାରଣ ଲକ୍ଷଣ ମାନଙ୍କ ମଧ୍ୟରୁ ଗୋଟିଏ ଥିଲା।ଥଣ୍ଡାର ମୌସୁମୀରେ ମଧ୍ୟ ଅଧିକାଂଶ ଲୋକଙ୍କର ଏହି ସମସ୍ୟା ହୋଇ ଯାଇଥାଏ। ଓମିକ୍ରନର ବଢୁଥିବା ଘଟଣା ମଧ୍ୟରେ ଏହାର ଏହାର ଲକ୍ଷଣର ମଧ୍ୟ ଚିହ୍ନଟ ହେବା ଜରୁରୀ ଅଟେ। ହେଲ୍ଥ ଏକ୍ସପର୍ଟସଙ୍କ ଅନୁସାରେ, ଓମିକ୍ରନର ଦୁଇଟି ଲକ୍ଷଣ ସାଧାରଣ ସାଧାରଣ ସର୍ଦ୍ଦି ଥଣ୍ଡା ଠାରୁ ବିଲକୁଲ ଅଲଗା ଅଟେ। ଏହାର ଚିହ୍ନଟ କରି ଏହି ନୂଆ ଭେରିଏଣ୍ଟର ସଂକ୍ରମଣରୁ ସମୟ ପୂର୍ବରୁ ବଞ୍ଚି ରହି ହେବ।

ଓମିକ୍ରନର ୨ ଅସାମାନ୍ୟ ଲକ୍ଷଣ- ଓମିକ୍ରନର ବ୍ୟବହାରକୁ ବୁଝିବା ପାଇଁ ଏପର୍ଯ୍ୟନ୍ତ ଅନେକ ପ୍ରକାରର ଅଧ୍ୟୟନ କରାଯାଇ ସାରିଛି। ଏକ୍ସପର୍ଟଙ୍କ ଅନୁସାରେ, ଏହାର ଲକ୍ଷଣ କୋରୋନାର ବାସ୍ତବିକ ଷ୍ଟ୍ରେନ ଠାରୁ ଅଲଗା ଅଟେ।ଏକ୍ସପର୍ଟଙ୍କର କହିବା କଥା ହେଉଛି କି ଅଲଗା-ଅଲଗା ଭେରିଏଣ୍ଟରେ ଅଲଗା-ଅଲଗା ଲକ୍ଷଣ ରହିବା ସାଧାରଣ କଥା ଅଟେ। ଏହି ଜିନିଷ ଓମିକ୍ରନ ସହିତ ମଧ୍ୟ ହୋଇଛି।ଓମିକ୍ରନର ଲକ୍ଷଣ ଥଣ୍ଡା-ସର୍ଦ୍ଦି ପରି ହିଁ ହୋଇଥାଏ, କିନ୍ତୁ ଏହାର ଆରମ୍ଭ ଧିରେଧିରେ ଦୁଇଟି ଅସାଧାରଣ ଲକ୍ଷଣ ସହିତ ହୋଇଥାଏ ଯାହା ହେଉଛି- ମୁଣ୍ଡବିନ୍ଧା ଏବଂ ଥକାପଣ।

Related Articles

Leave a Reply

Your email address will not be published. Required fields are marked *

Back to top button