ଦେଶ- ବିଦେଶ

ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ମାଜ ଡିଜିଟାଲ ଡେସ୍କ: ରାଉରକେଲାରେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରୁ ୫ଜଣ ଉଠାଇ ନେଇ ପ୍ଲାଣ୍ଟ ସାଇଟ୍‌ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଥିବା ଏସପି ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନଭିନ କରୁଛି। ସୂଚନା ଅନୁସାରେ ନାବାଳିକା ଜଣକ ଦୁଇ ପୁରୁଷ ବନ୍ଧୁଙ୍କ ସହ ରେଷ୍ଟୁରାଣ୍ଟକୁ ଯାଇଥିଲେ। ପୂର୍ବରୁ ତିନି ଦିନ ତଳେ ୨ଜଣ ନାବାଳିକା ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏଭଳି ଘଟଣା ବାରମ୍ବାର ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button