ଦେଶ- ବିଦେଶ

ତିରୁପତି ତିରୁମାଳା ମନ୍ଦିର ଭୋଗ ଲଡୁରେ ପଶୁ ଚର୍ବି, ମାଛ ତେଲ ମିଶିଥିବା ଅଭିଯୋଗ

ହାଇଦ୍ରାବାଦ : ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିର ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛି । ବାଲାଜୀଙ୍କ ମନ୍ଦିରରେ ମିଳୁଥିବା ଲଡୁ ଭୋଗରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା ନେଇ ଅଭିଯୋଗ ହୋଇଛି । ଜାତୀୟ ଡାଏରୀ ବିକାଶ ବୋର୍ଡ ଲଡୁରେ ଚର୍ବି ଥିବା ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ତିରୁପତି ବାଲାଜୀରେ ଲଡୁ ଭୋଗ ପାଇଁ ମାଛ ତେଲ, ପଶୁ ଚର୍ବି ଆଦି ବ୍ୟବହୃତ ହେଉଛି ।

ଆଶ୍ଚର୍ଯ୍ୟ କଥା ହେଉଛି, ପ୍ରସାଦ କେବଳ ଭକ୍ତଙ୍କୁ ବଣ୍ଟାଯାଏ ତାହା ନୁହେଁ ବରଂ ଭଗବାନଙ୍କ ନିକଟରେ ମଧ୍ୟ ଏହି ଲଡୁ ଭୋଗ କରାଯାଏ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଡୁରେ ପଶୁ ଚର୍ବି ଓ ମାଛତେଲ ଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା। ଏହାପରେ ଘିଅ ନମୁନା ଯାଞ୍ଚ ପାଇଁ ଗୁଜରାଟ ପଠା ଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button