ଟିମ୍ ଇଣ୍ଡିଆ ଅଲରାଉଣ୍ଡର ଆର ଅଶ୍ୱିନ, କେତେ ସମ୍ପତ୍ତିର ଅଟନ୍ତି ମାଲିକ ?

ନୂଆଦିଲ୍ଲୀ ୨୦।୦୯: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟ ମ୍ୟାଚରେ ଧମାଲ୍ କରିଛନ୍ତି ଆର ଅଶ୍ୱିନ । ସେ ପ୍ରଥମ ଇନିଂସରେ ହିଁ ଲଗାଇଛନ୍ତି ଦମଦାର ଶତକ । ଅଶ୍ବିନୀ ପ୍ରଥମ ଦିନରେ ହିଁ ୧୧୨ ବଲ୍ରେ କରିଛନ୍ତି ୧୦୨ ରନ୍ । ବର୍ତ୍ତମାନ ଟିମ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇଛନ୍ତି ଆର ଅଶ୍ୱିନ୍ । ଜାଣନ୍ତି କି କେତେ ରୋଜଗାର କରନ୍ତି ଆର ଅଶ୍ବିନୀ ?
ରୋଜଗାର ଦୃଷ୍ଟିରୁ ଅଶ୍ବିନୀ ବଡ ବଡ ପ୍ଲେୟରଙ୍କୁ ଦେଇଥାନ୍ତି ଟକ୍କର । ରବିଚନ୍ଦ୍ରନ୍ ଅଶ୍ୱିନୀଙ୍କ ମୋଟ ସମ୍ପତ୍ତି ୧୬ ମିଲିୟନ ଆମେରିକୀୟ ଡଲାର । ଭାରତୀୟ ମୂଲ୍ୟରେ ଏହା ୧୩୨ କୋଟି । କ୍ରିକେଟ୍ ସହିତ ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ କରିଥାନ୍ତି ମୋଟ ଅଙ୍କର ରୋଜଗାର । ଚେନ୍ନାଇରେ ରବିଚନ୍ଦ୍ରନ ଅଶ୍ୱିନଙ୍କର ଏକ ବିଳାସପୂର୍ଣ୍ଣ ଘର ରହିଛି । ଏହି ଘରର ଦାମ୍ ପ୍ରାୟ ୯ କୋଟି ଟଙ୍କା । କିନ୍ତୁ ଟିମ୍ ଇଣ୍ଡିଆର ଅନ୍ୟ ପ୍ଲେୟରଙ୍କ ତୁଳନାରେ ଅଶ୍ୱିନଙ୍କ ଘର ବହୁତ ଶସ୍ତା ।
ରୋହିତ ଶର୍ମା ରହୁଥିବା ଘରର ଦାମ୍ ୩୦ରୁ ୩୫ କୋଟି । ସେହିପରି ବିରାଟଙ୍କ ପାଖରେ କୋଟି କୋଟି ଟଙ୍କାର ରହିଛି ଅନେକ ଘର । କହିବାକୁ ଗଲେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବାର୍ଷିକ ଆୟ ୧୦ କୋଟିରୁ ଅଧିକ । ସେ ବିସିସିଆଇ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରରେ ଏ ଗ୍ରେଡ୍ରେ ରହିଛନ୍ତି ।
ଏଥିପାଇଁ ସେ ବିସିସିଆଇରୁ ବାର୍ଷିକ ୫ କୋଟି ଟଙ୍କା ପାଇଥାନ୍ତି । ଅଶ୍ୱିନୀ ମଧ୍ୟ ୨୦୦୮ରୁ ଆଇପିଏଲରେ ଖେଳୁଛନ୍ତି । ସେ ଆଇପିଏଲରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଗତ ସିଜନରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୫କୋଟିରେ କିଣିଥିଲା ।