ଦେଶ- ବିଦେଶ

ସୋମବାର ଠାରୁ ମହିଳା ଜନଧନ ଖାତାଧାରକଙ୍କୁ ସରକାର ଦେବେ 500 ଟଙ୍କାର ଦ୍ଵିତୀୟ କିସ୍ତି, ଜାଣନ୍ତୁ ଆପଣଙ୍କୁ କେଉଁଦିନ ମିଳିବ

ମହିଳା ଜନଧନ ଖାତାଧାରକଙ୍କ ଖାତାରେ ୫୦୦ ଟଙ୍କାର ସରକାରୀ ସହୟତାର ଦ୍ଵିତୀୟ କିସ୍ତି ସୋମବାର ଠାରୁ ମିଳିବା ଆରମ୍ଭ ହୋଇଯିବ । କରୋନା ଭାଇରସର ଏହି ଭୟାଭୟ ସ୍ଥିତି ମଧ୍ୟରେ ଗରିବ ଲୋକମାନଙ୍କୁ ସାହାର୍ଯ୍ୟ କରିବା ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ୨୬ ମାର୍ଚ୍ଚକୁ ମହିଳା ଜନଧନ ଖାତାଧାରକମାନଙ୍କ ଖାତାରେ ଏପ୍ରିଲରୁ ତିନି ମାସ ପର୍ଯ୍ୟନ୍ତ ସବୁ ମାସରେ ୫୦୦ – ୫୦୦ ଟଙ୍କାର ସାହାର୍ଯ୍ୟ ଧନରାଶି ଦେବାର ଘୋଷଣା କରିଥିଲେ ।

ଅର୍ଥ ସେବା ସଚିବ ଦେବାଶିଷ ପଣ୍ଡା ଏକ ଟ୍ୱୀଟ ଜରିଆରେ କହିଲେ କି, ପିଏମ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (PMJDY)ରେ ଅନ୍ତର୍ଗତ ମହିଳା ଖାତାଧାରକଙ୍କ ବ୍ୟାଙ୍କ ଖାତାରେ ମେ ମାସର କିସ୍ତି ୫୦୦ ଟଙ୍କା ବ୍ୟାଙ୍କଗୁଡିକୁ ପଠାଇ ଦିଆ ଯାଇଛି । ସେ ଆଗକୁ କହିଲେ କି ଏହି ଯୋଜନା ଅନ୍ତର୍ଗତ ଲୋକମାନଙ୍କ ପାଇଁ ଏହି ଟଙ୍କାକୁ ବାହାର କରିବା ନିମନ୍ତେ ଏକ ପ୍ରଣାଳୀ ଜାରି କରାଯାଇଛି ।

ଏହା ଅନୁସାରେ ସେମାନେ ବ୍ୟାଙ୍କ କିମ୍ବା ଗ୍ରାହକ ସେବା କେନ୍ଦ୍ର (ସିଏସପି)କୁ ଯାଇ ଟଙ୍କା ବାହର କରି ପାରିବେ । ଏହି ଟଙ୍କାକୁ ଆପଣ ଏଟିଏମରୁ ବି ବାହାର କରି ପାରିବେ । ଶାଖା ଗୁଡିକରେ ଭିଡ ନ ହେଉ ସେଥିପାଇଁ ଏହି ରାଶିର ସ୍ଥାନାନ୍ତରଣ ୫ ଦିନ ମଧ୍ୟରେ କରାଯିବ । ଏହା ଦ୍ଵାରା ସାମାଜିକ ଦୂରତାର ନିର୍ଦେଶକୁ ପାଳନ କରିବାକୁ ବି ସୁବିଧା ମିଳିବ ।

ଏହି ତାରିଖରେ ବାହାର କରି ପାରିବେ ଟଙ୍କା

  • ଅନୁସୂଚି ଅନୁସାରେ ଯେଉଁ ମହିଳାମାନଙ୍କ ଜନଧନ ଆକାଉଣ୍ଟର ଅନ୍ତିମ ଅଙ୍କ ୦ କିମ୍ବା ୧ ଅଟେ, ସେମାନେ ୪ ମେ ୨୦୨୦କୁ ବ୍ୟାଙ୍କ ଯାଇ ଟଙ୍କା ବାହର କରି ପାରିବେ ।
  • ଯେଉଁ ମହିଳାମାନଙ୍କ ଜନଧନ ଆକାଉଣ୍ଟର ଶେଷ ଅଙ୍କ ୨ କିମ୍ବା ୩ ଅଟେ, ସେମାନେ ୫ ମେ ୨୦୨୦କୁ ବ୍ୟାଙ୍କ ଯାଇ ଟଙ୍କା ବାହାର କରି ପାରିବେ ।
  • ଅନ୍ୟ ପଟେ ଯେଉଁ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଅନ୍ତିମ ଅଙ୍କ ୪ କିମ୍ବା ୫ ଅଟେ, ସେମାନେ ୬ ମେ ୨୦୨୦କୁ ଟଙ୍କା ବାହାର କରି ପାରିବେ ।

 

  • ଏହା ପରେ ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୬ କିମ୍ବା ୭ ଅଟେ ସେମାନେ ୮ ମେ ୨୦୨୦କୁ ଟଙ୍କା ବାହର କରି ପାରିବେ ।
  • ଯେଉଁ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ୮ କିମ୍ବା ୯ ଅଟେ, ସେମାନେ ୧୧ ମେ ୨୦୨୦କୁ ଟଙ୍କା ବାହର କରି ପାରିବେ ।

୧୧ ମେ ପରେ ବି ଏହି ଯୋଜନାରେ ଅନ୍ତର୍ଗତ ମହିଳାମାନେ କୌଣସି ବି ଦିନରେ ନିଜର ସୁବିଧା ଅନୁସାରେ ବ୍ୟାଙ୍କରୁ ଟଙ୍କା ବାହର କରି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button