ଦେଶ- ବିଦେଶ

‘ଆଜି କି ରାତ ମଜା’ ଏବଂ ‘କାଟି ରାତ ମେନେ ଖେତୋ ମେଁ ତୁ ଆଇ ନେହିଁ’ ଗୀତର କୋରିଓଗ୍ରାଫର ଜାନି ମାଷ୍ଟର ଗିରଫ, ୨୧ ବର୍ଷୀୟ ଯୁବତୀ ଆଣିଲେ ଏଭଳି ଅଭିଯୋଗ

ଲିଉଡରେ ଲୋକପ୍ରିୟ କୋରିଓଗ୍ରାଫର ଶେଖ ଜାନି ଅର୍ଥାତ ଜାନି ମାଷ୍ଟର ଯୌନ ଉତ୍ପୀଡନ ମାମଲାରେ ଗିରଫ ହୋଇଛନ୍ତି । ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରାଯାଇଛି । ସ୍ତ୍ରୀ ୨, ଜେଲର, ପୁଷ୍କା ୧ ଏବଂ ବରିସୁ ଭଳି ଫିଲ୍ମରେ କୋରିଓଗ୍ରାଫି କରିଥିବା ଜନି ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ଯୌନ ଶୋଷଣ କରୁଥିଲେ ପୋଲିସ ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ କରି ଗିରଫ କରିଛି ।

ସ୍ତ୍ରୀ ୨ ର ଗୀତ ‘ଆଜ କି ରାତ’ର କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ଉପରେ ପୋକସୋ ଅଧିନିୟମ ଧାରାରେ କେସ୍‌ ଦାୟର କରାଯାଇଥିଲା । ଏହାପରେ ଗୋଆରୁ ନୁହେଁ ବେଙ୍ଗାଲୁରୁ ତାଙ୍କୁ ଗିରଫ କରାଯାଇଛି । ତେବେ ପୋକସୋ ଆକ୍ଟରେ ଗିରଫ ହୋଇଥିବାରୁ ଜାନି ମାଷ୍ଟରଙ୍କୁ କୌଣସି ପ୍ରକାରର ଜାମିନ ମିଳିବ ନାହିଁ । ୧୬ ସେପ୍ଟେମ୍ବରରେ ୨୧ ବର୍ଷୀୟ ଯୁବତୀ ଅଭିଯୋଗ କରିବା ପରେ ପୋଲିସ ଯୌନ ଶୋଷଣ ମାମଲା ଦାୟର କରିଥିଲା ।

ରାୟଦୁର୍ଗମ ପୋଲିସ ଷ୍ଟେସନରେ ଜାମି ମାଷ୍ଟର ବିପକ୍ଷରେ ବିଏନଏସ ଧାରା ୩୭୬, ୫୦୬, ୩୨୩ ଅଧିନରେ ମାମଲା ଦାୟର ହୋଇଛି । ଜାନି ୬ ବର୍ଷ ଧରି ଆଉଟଡୋର ସୁଟିଂ ସମୟରେ ନିଜ ଘର କିମ୍ବା ଅଲଗା ଅଲଗା ସହରରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି । ୨୧ ବର୍ଷୀୟ ଯୁବତୀ ଜଣକ ଜାନିଙ୍କ ସହିତ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି । ତେବେ କିଛି ମାସ ହେଲାଣି ଯୁବତୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ହାଇଦ୍ରବାଦର ସାଇବରାବାଦ ରାୟଦୁର୍ଗମ ପୋଲିସ ଥାନାରେ ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଜାନି ମାଷ୍ଟର ତେଲୁଗୁ ଫିଲ୍ମର ଲୋକପ୍ରିୟ କୋରିଓଗ୍ରାଫର । ସେ କନ୍ନଡ ଫିଲ୍ମରେ ଅନେକ ଗୀତକୁ କୋରିଓଗ୍ରାଫ କରିଛନ୍ତି । ଅଲ୍ଲ ଅଜୁର୍ନ, ଥଲାପତି ବିଜୟ ଏବଂ ସଲମାନ ଖାନଙ୍କ ଭଳି କଳାକାରଙ୍କୁ କୋରିଓଗ୍ରାଫି କରିସାରିଛନ୍ତି । ବଲିଉଡରେ ଗୀତ ଫଟୋ କପି, ତେରି ବାତୋ ମେଁ ଏସା ଉଲଝା ଜିୟା, ଲାଲ ପିଲି ଅଖିୟା, ଆଜ କି ରାତ ଏବଂ ଆଇ ନେହଁ ଗୀତକୁ କୋରିଓଗ୍ରାଫ କରିସାରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button