ଦେଶ- ବିଦେଶ

କଂଗ୍ରେସରେ ବିଦ୍ରୋହ ବଢ଼ିବାପରେ ଇସ୍ତଫା ଦେବାକୁ ଚାହାନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୁ – Kalinga News

[ad_1]

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ତାଙ୍କ ପଦରୁ ଇସ୍ତଫା ଦେବାପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। କଂଗ୍ରେସ ଦଳରେ ବିଦ୍ରୋହ ବଢ଼ିବାପରେ ଏବଂ କଂଗ୍ରେସ ବିଧାୟକମାନେ ବିଦ୍ରୋହ କରିବା ନେଇ ଧମକ ଦେବାପରେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୁ ଇସ୍ତଫା ଦେବାକୁ ଚାହିଛନ୍ତି। ମିଳିଥିବା ସୂଚନାନୁଯାୟୀ କଂଗ୍ରେସ ହାଇ କମାଣ୍ଡ ସୁଖୁଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ସ୍ଥିର କରିସାରିଛନ୍ତି। ସଙ୍କଟ ଘନଉଥିବାବେଳେ ଶାସକ କଂଗ୍ରେସକୁ ପୁଣି ଆଉ ଏକ ଝଟକା ମିଳିଛି। ଜଣେ ଟାଣୁ୍ଆ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଇସ୍ତଫା ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ କହିଛନ୍ତି, ଦଳୀୟ ବିଧାୟକଙ୍କ ମତାମତକୁ ଅଣଦେଖା କରାଯାଉଛି। ଉଲ୍ଳେଖଯୋଗ୍ୟ ଯେ ହିମାଚଳରେକ କ୍ରସ୍ ଭୋଟିଂ ହେବାପରେ ବିଜେପି ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛି। ଅନ୍ୟପକ୍ଷେ ହିମାଚଳରେ କଂଗ୍ରେସ ସରକାରର ସ୍ଥିତି ଦୁର୍ବଳ ହୋଇଯାଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button