ରାଜ୍ୟ

ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ

ଯାଜପୁର,୨୦/୦୯: ଖରସ୍ରୋତା ବ୍ରିଜ୍ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ । ୨୪ ଘଣ୍ଟା ପରେ ସଦର ଥାନା ଅନ୍ତର୍ଗତ ମାଧପୁର ନିକଟ ଖରସ୍ରୋତା ନଦୀରୁ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହୀନି । ଯାଜପୁର ସଦର ଥାନା ଅନ୍ତର୍ଗତ ମାଧପୁର ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଖରସ୍ରୋତା ନଦୀ ଉପରୁ ମନ୍ଦାକିନୀ ସାମଲ ନାମକ ଜଣେ ଯୁବତୀ ନଦୀକୁ ଡେଇଁ ପଡ଼ିଥିଲେ ।

ଘଟଣାସ୍ଥଳରେ ଅଗ୍ନୀଶମ ବାହୀନି ଉପସ୍ଥିତ ରହି ସର୍ଚ୍ଚ ଏପରେସନ ଜାରି ରଖିଥିଲା । ତେବେ ପାଖାପାଖି ୨୪ ଘଣ୍ଟା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥି ସହିତ ଘଟଣାର ତଦନ୍ତ କରୁଛି ପୋଲିସ ।

ଗୁରୁବାର ମନ୍ଦାକିନୀ ଖରସ୍ରୋତା ବ୍ରିଜ୍ ଉପର ଦେଇ ଯାତ୍ରା କରୁଥିଲେ । ଏହି ସମୟରେ ସେ ବ୍ରିଜ୍ ଉପରେ ନିଜର ସ୍କୁଟି, ଜୋତା,ମୋବାଇଲ୍ ଫୋନ୍ ଥୋଇ ନଦୀକୁ ଡେଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଏକ ଟିମ୍ ପହଞ୍ଚି ଯୁବତୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button