ରାଜ୍ୟ
ନଭେମ୍ବର ୮ ପର୍ଯ୍ୟନ୍ତ ସିଏମ୍ କିଷାନ ପଞ୍ଜୀକରଣ, ନୂଆ ହିତାଧିକାର କରିପାରିବେ ଆବେଦନ

ଭୁବନେଶ୍ୱର,୨୦/୦୯: ଏବେ ମଧ୍ୟ ସିଏମ୍ କିଷାନ ଯୋଜନାରେ ଯୋଡି ପାରିବେ ଚାଷୀ । ନୂତନ ହିତାଧିକାରୀମାନେ ସି.ଏମ୍. କିଷାନ ପୋର୍ଟାଲ (cmkisan.odisha.gov.in) ରେ ପଞ୍ଜୀକରଣ କରିପାରିବେ । ପଞ୍ଜିକରଣ ଅବଧି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀ ଭଉଣୀ ଓ ଭାଇମାନେ ୨ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ବାର୍ଷିକ ୪ହଜାର ଟଙ୍କାର ଆର୍ଥିକ ସହାୟତା ପାଇପାରିବେ ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।




