ରାଜ୍ୟ

ପୋଲିସ ହେପାଜତରେ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଟକ,୧୯।୯ ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଭଦ୍ରକର ଅମୃତ ପୁହାଣଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।୭ ଦିନ ଭିତରେ ନିର୍ଦେଶ କାର୍ଯ୍ୟକାରୀ କରିବାଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ଭଦ୍ରକ ପୋଲିସ ତାଙ୍କ ପୁଅ ଅମୃତ ପୁହାଣକୁ ଟ୍ରେନରୁ ଠେଲି ହତ୍ୟା କରିଛନ୍ତି ବୋଲି ଅମୃତଙ୍କ ମା ବାସନ୍ତୀ ପୁହାଣ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ।

ଗତ ଫେବୃଆରୀ ୮ ତାରିଖରେ ଏନେଇ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ୧୦ ସପ୍ତାହ ମଧ୍ୟରେ ଅମୃତର ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଉକ୍ତଦିନ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ନିର୍ବାଚନ କାରଣରୁ ଅଦାଲତଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନଥିବା ସରକାରଙ୍କ ପକ୍ଷରୁ ଏକ ପିଟିସନ ଜରିଆରେ ଅବଗତ କରାଯିବା ପରେ ଆଜି ସାନି ନିର୍ଦେଶ ହୋଇଛି।

୨୦୧୮ ମସିହାରେ ଅମୃତ ପୁହାଣ ଭଦ୍ରକରେ ଏକ କଲେଜରେ ଯୁକ୍ତ ତିନି କମର୍ସ ପଢ଼ୁଥିବା ବେଳେ ଜଣେ ନାବାଳିକାଙ୍କୁ ନେଇ ରାଜ୍ୟ ବାହାରକୁ ପଳାଇ ଯାଇଥିବା ଅଭିଯୋଗ ହୋଇଥିଲା। ୨୦୧୮ ଏପ୍ରିଲ ୧୪ ତାରିଖରେ ନାବାଳିକାଙ୍କ ସହିତ ଅମୃତଙ୍କୁ ଭଦ୍ରକ ପୋଲିସ ଗୋଆରୁ ଧରି ଫ୍ଲାଇଟ ଯୋଗେ କଲିକତା ଓ ସେଠାରୁ ଫାଲକନାମା ଏକ୍ସପ୍ରେସ ଯୋଗେ ଭଦ୍ରକ ଆଣୁଥିଲେ। ପଶ୍ଚିମ ମେଦିନପୁର ବେଲଦା ନିକଟରେ ଅମୃତ ଟ୍ରେନରୁ ଡେଇଁ ପଡିଥିବା ପୋଲିସ କହୁଥିବା ବେଳେ ତାକୁ ପୋଲିସ ଠେଲି ହତ୍ୟା କରିଥିବା ଅମୃତର ମା’ ଅଭିଯୋଗ କରିଥିଲେ। ଏହି ମାମଲାର ପୁନଶ୍ଚ ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ୭ ଦିନ ଭିତରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button