ରାଜ୍ୟ

ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ଜଣେ ଗୁରୁତର, ୧୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ପରେ ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଜିଲ୍ଲାର ପୋଟେରୁ ଅଞ୍ଚଳ ପୂରା ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ୨୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପୋଟେରୁ ନଦୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ପୋଟେରୁ ବ୍ରିଜ୍ ଉପରେ ୧୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।

ଲଗାଣ ବର୍ଷାରେ ବାୟାପଡ଼ା ଘାଟି ଓ ବଣ୍ଡାଘାଟିରେ ପୁଣି ଭୂସ୍ଖଳନ ହୋଇଛି।

ଲଗାଣ ବର୍ଷାରେ ପୁଣି ମାଲକାନଗିରିର ସ୍ଥିତି ଦୟନୀୟ ହୋଇପଡିଛି। ଭୂସ୍ଖଳନ ଯୋଗୁଁ ୧୮ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍.ଭି-୯୬, ଏମ୍.ଭି-୭ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି। ସାବେରୀ, ସିଲେରୁ, ସପ୍ତଧାରା, ତମସା ନଦୀ ଜଳସ୍ତର ହଠାତ୍ ବଢିଯାଇଛି। ଭୂସ୍ଖଳନ ଯୋଗୁଁ ବାଲିମେଳା-ଚିତ୍ରକୋଣ୍ଡା ଘାଟି ଭାଲ୍‌ବ ହାଉସ ଛକରେ ମାଟି ଅତଡା ଧସି ଯାଇଛି। ଏଥିଯୋଗୁଁ ଚିତ୍ରକୋଣ୍ଡାରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ବନ୍ଦ ହୋଇଯାଇଛି।

ଖଇରପୁଟ ବ୍ଲକ୍ ବଣ୍ଡାଘାଟି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ବର୍ଷା ଲାଗି ରହିବାରୁ ଭୂସ୍ଖଳନ ହୋଇଛି। ମାଙ୍କଡଝୋଲା ପାଖ ପାହାଡରୁ ପଥର ଖସି ରାସ୍ତାରେ ପଡିଛି। ବଣ୍ଡାଘାଟିରେ ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି। ବ୍ଲକ ସଦର ମହାକୁମାର ରହୁଥିବା ଜଣେ ଲୋକଙ୍କ ଉପରେ କାନ୍ଥ ପଡିଯିବାରୁ ସେ ଗୁରୁତର ହୋଇଛନ୍ତି। ସେହିପରି କାଳିମେଳାର ଏମପିଭି-୧୬ ଗାଁରେ ପାଣି ଫସି ରହିଥିବା ୬୦ ପରିବାରରକୁ ଜିଲ୍ଲା ପ୍ରଶାସନ ଉଦ୍ଧା କରି ଆଶ୍ରୟସ୍ଥଳୀକୁ ନେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button