ଦେଶ- ବିଦେଶ

ଏବର୍ଷ ଡ଼ଙ୍ଗା ଭସାଇଲେ ହଜାରେ ଟଙ୍କା ଫାଇନ, କାର୍ତ୍ତିକ ପୂର୍ଣ୍ଣିମା, ଗହଳି ପାଇଁ ଘରୁ ବାହାରିଲେ ବନ୍ଧା ହେବେ

କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ । ଓଡ଼ିଆ ମାନଙ୍କର ସ୍ୱତନ୍ତ୍ର ପର୍ବ ହେଉଛି କାର୍ତ୍ତିକ ପୂର୍ଣ୍ଣିମା ଏବଂ ଡ଼ଙ୍ଗା ଭସା କାର୍ଯ୍ୟକ୍ରମ କିନ୍ତୁ ଏବର୍ଷ କରୋନା ହଜାର ବର୍ଷର ଓଡ଼ିଆ ପରମ୍ପରା ଐତିହ ପର୍ବ ଉପରେ ଏବର୍ଷ ପୂର୍ଣଛେଦ ପକାଇଛି । କରୋନା ସଂକ୍ରମଣ କୋଭିଡ -19 ମହାମାରୀର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଓଡ଼ିଶା ଅତିକ୍ରମ କରୁଥିବାରୁ ଏବଂ କୋଭିଡ -19 ସୁରକ୍ଷା ପ୍ରୋଟୋକଲକୁ କଡାକଡି ପାଳନ କରିବାର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଆଜି କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ ଓଷା ପାଳନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ।

କାର୍ତ୍ତିକା ପୂର୍ଣ୍ଣିମା ନଭେମ୍ବର 30, 2020 ରେ ପଡିବାକୁ ଯାଉଥିବା ବେଳେ, ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇଛନ୍ତି । ଡ଼ଙ୍ଗା ଭସାଇଲେ ୧୦୦୦ ଟଙ୍କା ର ଫାଇନ ପାଇଁ କମିସନରେଟ ପୋଲିସ କଟକଣା ଲଗାଇଛନ୍ତି ।

ଏହା ସହିତ ଏକ ଆଦେଶରେ, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ କହିଛି ଯେ କାର୍ତ୍ତିକା ପୂର୍ଣ୍ଣିମା ଅବସରରେ ନଦୀ ଘାଟ, ଅନ୍ୟ ଜଳସ୍ରୋତ ପୋଖରୀ ସ୍ନାନ କରିବା ଏବଂ ଡ଼ଙ୍ଗା ଭସାଇବା ଉପରେ କଟକଣା ଲଗାଇଛନ୍ତି । ବାଲିଯାତ୍ରା ଏବଂ କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ ଓଷା ସମ୍ବନ୍ଧୀୟ ପୂଜା ପର୍ବାଣୀ ଉତ୍ସବ ଗୁଡିକ ସାରା ରାଜ୍ୟରେ ନିଷେଧ ରହିବ ।

ଏହି ଆଦେଶକୁ କଡାକଡି ପାଳନ ପାଇଁ ପୋଲିସ ଡ଼ିପାର୍ଟମେଣ୍ଟ ଙ୍କୁ ନିର୍ଦେଶ ରହିଛି । ଯେକୌଣସି ବ୍ୟକ୍ତି ଏହାକୁ ଉଲ୍ଲଂଘନ କରିଲେ ମୋଟା ଅଙ୍କର ଫାଇନ ଆଦାୟ କରାଯିବ, ବିପର୍ଯ୍ୟୟ ପରିଚାଳନା ଆଇନ, 2005 Act ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ନିୟମ ଅନୁଯାୟୀ ଦଣ୍ଡିତ ହେବ ।

ଏହାପୂର୍ବରୁ, ସରକାର 30 ନଭେମ୍ବର, 2020 ପର୍ଯ୍ୟନ୍ତ ରାଜ୍ୟରେ ବୃହତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଏକାଡେମିକ୍, ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟ ତଥା ଅନ୍ୟାନ୍ୟ ସମାବେଶକୁ ବାରଣ କରିଥିଲେ । ବିଶ୍ୱ ପ୍ରସିଧ ବାଲିଯାତ୍ରା କୁ ମଧ୍ୟ ଏବର୍ଷ ରାଜ୍ୟ ସରକାର ମଞ୍ଜୁରୀ ଦେଇ ନାହାଁନ୍ତି ।

ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମା ରେ ବହୁ ସଂଖ୍ୟକ ଲୋକ ନଦୀ ଘାଟରେ କିମ୍ବା ଅନ୍ୟାନ୍ୟ ଜଳାଶୟ ନିକଟରେ ଏକତ୍ରିତ ହୁଅନ୍ତି ଏବଂ ଭୋର ସମୟରେ ବୁଡ଼ ଦେବା ଗାଧୋଇବାକୁ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଉପରେ କ୍ଷୁଦ୍ର ଡଙ୍ଗା ଭସାଇବା ପରମ୍ପରା ଏହା ବ୍ୟତୀତ କଟକ, ପାରାଦୀପ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଆୟୋଜିତ ହୋଇଥାଏ ।

କିନ୍ତୁ ଏବର୍ଷ କୋଭିଡ଼ ଲାଗି ଏସବୁ କୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button