ରାଜ୍ୟ

ବନ୍ୟା ଘେରରେ ବାଲେଶ୍ବର, ଜଳବନ୍ଦୀ ହୋଇ ରହିଛନ୍ତି ବିଭିନ୍ନ ବ୍ଳକର ଶତାଧିକ ଗାଁ

ବାଲେଶ୍ବର : ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା। ବିପଦ ସଂକେତ ତଳକୁ ଖସିଛି ଜଳକା । ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୧୦.୮୦ ମିଟର ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ । ତେବେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ତଳକୁ ଖସିଛି । ସୁବର୍ଣ୍ଣରେଖା ବନ୍ୟାରେ ଅନେକ ଗାଁ ଜଳବନ୍ଦୀ ।

ବାଲିଆପାଳ , ଭୋଗରାଇ ଏବଂ ଜଳେଶ୍ବର ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ହୋଇ ରହିଛି ।

ଅନେକ ରାସ୍ତା ଉପରେ ଅଣ୍ଟେ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଡଙ୍ଗା ସାହାଯ୍ୟରେ ଯିବାଆସିବା କରୁଛନ୍ତି । ବିଭିନ୍ନ ସ୍ଥାନରେ ବାଲିବସ୍ତା ପକାଇ ନଦୀ ବନ୍ଧ ମରାମତି କରାଯାଉଛି । ବସ୍ତା ବ୍ଲକ ର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ଲହଡି ମାରୁଛି ବନ୍ଯା ପାଣି ।

ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ଯା ଆଶ୍ରୟସ୍ଥଳୀରେ ରଖାଯାଇ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ଯ ଏବଂ ରନ୍ଧା ଖାଦ୍ଯର ବ୍ଯବସ୍ଥା କରାଯାଇଛି । ଗତକାଲି ଆକାଶମାର୍ଗରୁ ବନ୍ୟା ସ୍ଥିତି ପରଖିବା ସହ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯୁଦ୍ଧକଳୀନ ଭିତ୍ତିରେ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button